ଆଜିଠୁ ନୂଆ ଆର୍ଥିକ ବର୍ଷ, ଲାଗୁ ହେବ ନୂଆ UPI ନିୟମ


ଆଜିଠାରୁ ନୂଆ ଆର୍ଥିକ ବର୍ଷ । ଲାଗୁ ହେବ ନୂଆ ଆର୍ଥିକ ନିୟମ । ନୂଆ ଆୟକର ସ୍ଲାବ ସହ ପୁରୁଣା ପେନସନ ସ୍କିମ ବଦଳରେ ୟୁପିଏସର ପ୍ରଚଳନ କରାଯିବ ।

ନିଷ୍କ୍ରିୟ ନମ୍ବରରୁ ଆଉ ହୋଇପାରିବ ନାହିଁ ୟୁପିଆଇ ପେମେଣ୍ଟ । କିଛି ବ୍ୟାଙ୍କିଙ୍ଗ ନିୟମରେ ମଧ୍ୟ କାଲିଠାରୁ ଆସିବ ବଡ଼ ପରିବର୍ତ୍ତନ ।

କିଛି କ୍ରେଡିଟକାର୍ଡ ରିୱାର୍ଡ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି ।

ନୂଆ ଆର୍ଥିକବର୍ଷ ନୂଆ ନିୟମ ଅନୁସାରେ ବର୍ଷକୁ ୧୨ ଲକ୍ଷ ଯଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ।

ଚାକିରି କରୁଥିବା ବର୍ଗଙ୍କ ପାଇଁ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ସହ ୧୨ ଲକ୍ଷ ୭୫ ହଜାର ଟଙ୍କା ଯାଏଁ ଇନକମ ଟ୍ୟାକ୍ସ ଫ୍ରି ସୁବିଧା ଯୋଗାଇଦିଆଯିବ ।