Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଫେରିବ ବାଇଜୁସ୍

ନୂଆଦିଲ୍ଲୀ: ଋଣଗ୍ରସ୍ତ ଏଡଟେକ୍ କମ୍ପାନୀ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ୍ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର କମ୍ପାନୀକୁ ପୁନଃ ଲଞ୍ଚ କରିବେ। ରବିନ୍ଦ୍ରନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, ‘ଆମେ ଭାଙ୍ଗିଯାଇଥିଲୁ, କିନ୍ତୁ ହାରିନାହୁଁ, ଆମେ ପୁନର୍ବାର ଉଠିବୁ। ମୋ ଛାତ୍ରମାନଙ୍କ ଆଖିର ଚମକ ମୋତେ ମନେ ଅଛି।

ଗୋଟିଏ ସମୟରେ ବାଇଜୁ ଦେଶର ସବୁଠାରୁ ବଡ଼ ଏଡଟେକ୍ ଷ୍ଟାର୍ଟଅପ୍ ଥିଲା। ୨୦୨୨ ସୁଦ୍ଧା ଏହାର ମୂଲ୍ୟ ୨୨ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୧.୮୮ ଲକ୍ଷ କୋଟି ଟଙ୍କା ଥିଲା, କିନ୍ତୁ ଭୁଲ୍ ଆର୍ଥିକ ପରିଚାଳନା ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ୨୦୨୪ ମସିହାରେ କମ୍ପାନୀର ନେଟ୍ ୱେର୍ଥ ଶୂନ ହୋଇଯାଇଥିଲା। ୨୦୧୧ ମସିହାରେ, ରବିନ୍ଦ୍ରନାଥ ଏକ ଛୋଟ ଶିକ୍ଷା ମଞ୍ଚ ଭାବରେ BYJU’s ଆରମ୍ଭ କରିଥିଲେ। ଏହା କୋଚିଂ କ୍ଲାସରୁ ଆରମ୍ଭ ହୋଇଥିଲା, କିନ୍ତୁ ୨୦୧୫ରେ ଆପ୍ ଲଞ୍ଚ ହେବା ସହିତ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ପିଲାମାନଙ୍କ ପାଇଁ ଇଣ୍ଟରାକ୍ଟିଭ୍ ଶିକ୍ଷଣ, ସହଜ ଭାଷା ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏହାର ବିଶେଷତ୍ୱ ​ପାଲଟିଥିଲା।

ତେବେ ୨୦୨୦-୨୧ ମସିହାରେ, କୋଭିଡ୍ ମହାମାରୀ ଅନଲାଇନ୍ ଶିକ୍ଷାର ଚାହିଦାକୁ ବୃଦ୍ଧି କରିଥିଲା ​​ଏବଂ ବାଇଜୁ ଏହାର ପୂର୍ଣ୍ଣ ଫାଇଦା ଉଠାଇଥିଲା। ଶାହରୁଖ ଖାନଙ୍କ ସହ ଆକ୍ରାମକ ମାର୍କେଟିଂ ଏବଂ ହ୍ବାଇଟ ହ୍ୟାଟ୍‌ ଜୁନିୟର, ଆକାଶ ଭଳି କମ୍ପାନିଙ୍କ ଅଧିଗ୍ରହଣ କମ୍ପାନିକୁ ୨୦୨୨ରେ ୨୨ ବିଲିୟନ ଡଲାରର ଭାଲ୍ୟୁଏସନରେ ପହଞ୍ଚାଇଥିଲା।ହେଲେ ୨୦୨୨ ପରେ ବାଇଜୁସ୍‌ ନିଜର ଲୋକପ୍ରିୟତା ହରାଇବାକୁ ଲାଗିଥିଲା। ଋଣ ଭାର କମ୍ପାନି ଉପରେ ବୋଝ ହୋଇପଡ଼ିଲା। ଆର୍ଥିକ ରିପୋର୍ଟରେ ବିଳମ୍ବ କାରଣରୁ କମ୍ପାନୀକୁ ୨୦୨୧-୨୨ରେ ୮, ୨୪୫ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ