ଝାରସୁଗୁଡା ୩୧/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ଅତାବିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରଢ଼ିପା ଆଦର୍ଶ ଗ୍ରାମରେ ସଂକୀର୍ତ୍ତନ ଗୁରୁ ଗିରିଶ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଅଷ୍ଟପ୍ରହରି ନାମଯଜ୍ଞ ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ଏଥିରେ ଯଜ୍ଞ କର୍ତ୍ତା ଭାବେ ଗଣେଶ ବାରିକ ଓ ପତ୍ନୀ ଅହଲ୍ୟା ବାରିକ ଦାୟିତ୍ୱ ତୁଲାଇ ଥିବା ବେଳେ ଅର୍ଜୁନ ଭୋଇ,ନେତ୍ରାନନ୍ଦ ସାହୁ, ମୁରଲୀଧର ଭୋଇ, ଭୁବନେଶ୍ୱର ମେହେର, ସୁରେନ୍ଦ୍ର ସା ଓ କିଶୋର ପଧାନ ଷଡ଼ ବୈଷ୍ଣବ ରୂପେ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ପଣ୍ଡିତ କିଶୋର ଚନ୍ଦ୍ର ଦାସ ପୂଜାର୍ଚ୍ଚନା, ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ସୁନାଖାଏନ,ବିଜାପାଲି,ପଲସଦା,ପଞ୍ଚଗାଁ,ରେଙ୍ଗାଲି,ଡଙ୍ଗୁଆପଡ଼ା,ଟେଙ୍ଗେନାମାଲ,ଏମ କଟାପାଲି,ରେଙ୍କୁଲି,ନୂଆଡିହି, ଅତାବିରା, ସୁକୁଲପାଲି,ଝାରୁପଡ଼ା,ପୁଝାରିପାଲି,କୁମର,ଦେଓପାଲି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନଗର ସଂକୀର୍ତ୍ତନ କରିଥିଲେ । ଆଖପାଖ ଗ୍ରାମ ମାନଙ୍କରୁ ବହୁ ସଂଖ୍ୟାରେ କୀର୍ତ୍ତନ ପ୍ରେମୀ ଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କୁ ମହା ପ୍ରସାଦ ପ୍ରସ୍ତୁତ କରି ବଣ୍ଟନ କରା ଯାଇଥିଲା । ଆଦର୍ଶ ଗ୍ରାମ ଡୁମେରଢ଼ିପା ଗାଁର ସମସ୍ତ ଗ୍ରାମବାସୀ ନାମଯଜ୍ଞ ପରିଚାଳନା ଦାୟିତ୍ୱ ତୁଲାଇ ଥିଲେ ।
ଆଦର୍ଶ ଗ୍ରାମ ଡୁମେରଢ଼ିପା ଅଷ୍ଟପ୍ରହରି ନାମଯଜ୍ଞ ଉଦଯାପିତ
