ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରେ ଶେଷ ହୋଇପାରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ । ବିଜେପିର ଅଲିଖିତ ନିୟମ ଅନୁସାରେ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ପଦ ଛାଡି ପାରନ୍ତି ମୋଦୀ । ୭୫ ବର୍ଷ ହୋଇସାରିଥିବା ନେତାମାନଙ୍କୁ ବିଜେପି ସରକାରରେ କୌଣସି ଦାୟିତ୍ବ ଦିଆଯିବନି ବୋଲି ୨୦୧୪ ଲୋକସଭା ନିର୍ବାଚନରେ ପରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ ନିଜେ ନିଷ୍ପତ୍ତି ନେଇଥିଲେ ମୋଦୀ । ଆଉ ଏହି ନିଷ୍ପତ୍ତି ଅନୁସାରେ ଆଗାମୀ ସେପ୍ଟେମ୍ବରରେ ମୋଦିଙ୍କୁ ୭୫ ବର୍ଷ ପୂରିବାକୁ ଯାଉଛି । ଏପରି କିଛି ଦାବି କରିଛି ଶିବସେନା ଉଦ୍ଧବ ଗୋଷ୍ଠୀ । ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ନିଜର ତୃତୀୟ ପାଳିରେ ଆରଏସଏସ ମୁଖ୍ୟାଳୟ ଯାଇଥିଲେ ବୋଲି ଶିବସେନା ଉଦ୍ଧବ ଗୋଷ୍ଠୀ କହିଛି ।
ଶିବସେନାର ଏଭଳି ମନ୍ତବ୍ୟକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଖଣ୍ଡନ କରିଛନ୍ତି । ଭାରତୀୟ ସଂସ୍କୃତିରେ ଘରର ମୁଖ୍ୟ ଥିଲେ ଅନ୍ୟ କାହାକୁ ତାଙ୍କର ଉତ୍ତରାଧିକାରୀ ଭାବ ବଛା ଯାଏ ନାହିଁ ବୋଲି ଦେବେନ୍ଦ୍ର କହିଛନ୍ତି । ଏହାସହ ଶିବସେନାର ବୟାନ ମୋଗଲ ସଂସ୍କୃତ ବୋଲି ବୟାନ ଦେଇ ବର୍ତ୍ତମାନର ରାଜନୀତି ସହ ଯୋଡିବାକୁ ଚେଷ୍ଟା କରିଛନ୍ତି ଦେବେନ୍ଦ୍ର ।
୭୫ ବର୍ଷ ପୁରୁଣ କରିଥିବା ଯୋଗୁଁ ବିଜେପିର ବହୁ ତୁଙ୍ଗ ନେତା ଏଲ.କେ. ଆଡବାଣୀ, ମୁରଲୀ ମନୋହର ଯୋଶୀ ଓ ୟଶୱନ୍ତ ସିହ୍ନାଙ୍କୁ ମୋଦୀ ସରକାରରେ କୌଣସି ପଦବୀ ମିଳି ନଥିଲା । ଏହା ପଛରେ ପୁରୁଣାଙ୍କୁ ହଟାଇ, ନୂଆଙ୍କୁ ସଂଗଠନ ଓ ସରକାରରେ ସାମିଲ କରାଇଥିବା ନେଇ ଆରଏସଏସର ଏଜେଣ୍ଡା ଥିଲା ବୋଲି କୁହାଯାଏ । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଜେପି ଆଶାତୀତ ସଫଳତା ପାଇଛି । ତେଣୁ ଏଭଳି କ୍ଷେତ୍ରରେ ଆରଏସଏସ ତାଙ୍କୁ ୭୫ ବର୍ଷ ବୟସରେ ରାଜନୀତି ଛାଡିବାକୁ କହିବ ନା ନୂଆ ରାଷ୍ଟ୍ରୀୟ ସଭାପତି ବିଷୟରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଭାବେ ଆରଏସଏସ ମୁଖ୍ୟାଳୟକୁ ଯାଇଥିଲେ ଏନେଇ ଚର୍ଚ୍ଚା ଚାଲିଛି ।