Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏହି କ୍ରିକେଟରଙ୍କୁ ଡେଟ୍ କରୁଛନ୍ତି କି ମଲାଇକା?

ନୂଆଦିଲ୍ଲୀ: ବଲିଉଡର ଫିଟନେସ୍ କ୍ୱିନ୍ ମଲାଇକା ଆରୋରା କେତେବେଳେ ତାଙ୍କ ଫିଟନେସ୍କୁ ନେଇ ତ ଆଉ କେତେବେଳେ ଆଫେୟାର୍ସକୁ ନେଇ। ଅର୍ଜୁନଙ୍କ ସହ ବ୍ରେକଅପ୍ ପରେ ଏହି କ୍ରିକେଟରଙ୍କ ସହିତ ମଲାଇକାଙ୍କ ନାମ ଯୋଡି ହେଉଛି।

୩୧ ମାର୍ଚ୍ଚରେ ଗୌହାଟୀରେ ପାଞ୍ଚ ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ଦଳ ଆଇପିଏଲ ୨୦୨୫ରେ ପ୍ରଥମ ବିଜୟ ହାସଲ କରିଥିଲା। ଜୟପୁର ହେଉଛି RRର ପ୍ରଥମ ଫେବରେଟ୍ ଘରୋଇ ଗ୍ରାଉଣ୍ଡ। ଏହି ବର୍ଷ ଦଳ ଗୌହାଟିକୁ ନିଜର ଦ୍ୱିତୀୟ ଘରୋଇ ଭୂମି ଭାବରେ ବାଛିଛି। ଗୌହାଟୀରେ RR ପାଇଁ ସମର୍ଥନର କୌଣସି ଅଭାବ ନଥିଲା,
ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଦେଖିବା ପାଇଁ ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ମଧ୍ୟ ଗୌହାଟୀରେ ଆରଆର ଜର୍ସି ପିନ୍ଧି ଉପସ୍ଥିତ ଥିଲେ। ସେ RRର କ୍ରିକେଟ ନିର୍ଦ୍ଦେଶକ କୁମାର ସାଙ୍ଗାକାରାଙ୍କ ସହିତ ମ୍ୟାଚ୍ ଦେଖିଥିଲେ। ଭାଇରାଲ ଫଟୋରେ କୁମାର ସଙ୍ଗକାରାଙ୍କୁ ଆରଆର ଡଗଆଉଟ୍ ଏରିଆରେ ମଲାଇକାଙ୍କ ପାଖରେ ବସିଥିବାର ଦେଖିବାକୁ ମିଳୁଛି। ଦୁହିଁଙ୍କ ଫଟୋ ଭାଇରାଲ ହେବା ପରେ ଡେଟିଂକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

ସଙ୍ଗକାରାଙ୍କ ଫଟୋ ଭାଇରାଲ ହେବା ପରେ ନେଟେନିଜେନମାନେ ମଧ୍ୟ କମେଣ୍ଟ୍ ଦେବାରେ ପଛାଇ ନାହିଁନ୍ତି। କିଛି ସୋସିଆଲ ମିଡିଆ ୟୁଜର୍ସ ଫ୍ରାଞ୍ଚାଇଜ୍ ସହିତ ମଲାଇକାଙ୍କର ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଯେତେବେଳେ କି ଅନ୍ୟମାନେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଅନୁମାନ କରିଛନ୍ତି।