ଦିଲ୍ଲୀ ବିଜେପି ସରକାର ଜାତୀୟ ରାଜଧାନୀରେ ପାଳିବେ ଓଡ଼ିଆ ପର୍ବ


ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପାଳନ ହେବ ଓଡ଼ିଆ ପର୍ବ । ଦିଲ୍ଲୀ ବିଜେପି ସରକାର ଏହାକୁ ପାଳନ କରିବେ । ଏନେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି । ଆଗାମୀ ଦିନରେ ଧୂମଧାମରେ ଦିଲ୍ଲୀ ସରକାର ଓଡ଼ିଶା ପର୍ବ ପାଳନ କରିବେ ବୋଲି ସେ କହିଛନ୍ତି ।

ତେବେ ଉତ୍କଳ ଦିବସ ଅବସରରେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରି ଉତ୍କଳ ଦିବସ ଅବସରରେ ସମସ୍ତ ଓଡିଆ ଓ ଦିଲ୍ଲୀରେ ବସବାସ କରୁଥିବା ଓଡିଆ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କର ବିକାଶ ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ରହୁଥିବା ଓଡିଆଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରେଖା । ଜଗନ୍ନାଥ ମନ୍ଦିରରୁ ଘୋଷଣା କରି କହିଛନ୍ତି, ଆଗାମୀ ଦିନରେ ଦିଲ୍ଲୀରେ ରେଖା ସରକାରଙ୍କ ତରଫରୁ ଓଡିଶା ପର୍ବ ଧୂମଧାମରେ ପାଳ ହେବ । ଏହି ଘୋଷଣା ପରେ ସେହି ସମୟରେ ଜୟ ଜଗନ୍ନାଥ ନାରାରେ କମ୍ପିଥିଲା ପରିବେଶ । ସୂଚନାଯୋଗ୍ୟ, କିଛି ଦିନ ତଳେ ଓଡିଶା ଆସି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।