Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଅଞ୍ଚଳରେ ତରଭୁଜ ବିକ୍ରୀର ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ବାଧ୍ୟ ହୋଇ ବହୁ କମ୍ ଦରରେ ବେପାରୀ ଙ୍କୁ ବିକ୍ରି କରୁଛି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ତରଭୂଜ ଚାଷୀ ଙ୍କ ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ଅଭାବରୁ ଚାଷୀ ଆଶାନୁରୂପ ଲାଭ ପାଇପାରୁ ନାହିଁ। ପରିସ୍ଥିତି ସୁଯୋଗ ନେଇ ବେପାରୀ ମାନେ ଚାଷୀଙ୍କ ଠାରୁ ସ୍ବଳ୍ପ ଦରରେ ତରଭୂଜ କିଣିବା ସହ କିଣା ମୂଲ୍ୟ ଠାରୁ ଦୁଇଗୁଣ ଅଧିକ ଦରରେ ବିଭିନ୍ନ ସ୍ଥାନରେ ବିକ୍ରି କରି ଲାଭବାନ ହେଉଛନ୍ତି। ଏଠାରେ ଗତ ୮-୧୦ ବର୍ଷ ହେଲା ଏହି ପ୍ରକିୟା ଚଳି ଆସିଥିବା ବେଳେ ଚାଷୀର ସ୍ବାର୍ଥ ରକ୍ଷା ଲାଗି ସରକାରୀ ଭାବେ କିଛି ବ୍ୟବସ୍ଥିତ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏଥିପାଇଁ ବାରମ୍ବାର ଚାଷୀ ଙ୍କ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ଶୁଣିବାକୁ କେହି ନାହିଁ । ବଜାର ସୁବିଧା ଅଭାବରୁ ଏଠାକାର ଅନେକ ଚାଷୀ ମୁହଁ ଫେରେଇବାକୁ ବସିଥିବା ମଧ୍ୟ ଲକ୍ଷ କରାଯାଇଛି । ବୀରମହାରାଜପୁର ଉପଖଣ୍ଡ ଦେଇ ପ୍ରବାହିତ ହରିହର ଯୋରର ଦୁଇ ପାର୍ଶ୍ୱରେ ତଥା ଅନ୍ୟାନ୍ୟ ସ୍ଥାନରେ ସହସ୍ରାଧିକ ହେକ୍ଟର ଜମିରେ ତରଭୁଜ ଚାଷ କରାଯାଉଛି ।‌ ଚଳିତ ବର୍ଷ ମଧ୍ୟ ବୀରମହାରାଜପୁର ବ୍ଲକ ର ଅଚ୍ଚଣ୍ଡା , ବlରଝୁଲା , ହିଲୁଙ୍ଗ , କୃଷ୍ଣପାଲି , ଲୁଚାବନ୍ଧ , ଦୁହୁଲପାଲି , ଘଣ୍ଟପାଲି , ଲୁଦୁମୁଣ୍ଡା , ମାଣିକପୁର , ତେନ୍ତୁଳିମହଦା , ପଥରଘାଟ ,
ରlଣୀପୁର ଆଦି ଗ୍ରାମ ମାନଙ୍କରେ ଅନେକ ଚାଷୀ ତରଭୁଜ ଚାଷ କରିଛନ୍ତି। ସାଧାରଣତଃ ଆଟ କିସମର ଜମିରେ ମୋଟର ଯୋଗେ ଯୋର ଓ କୂଅରୁ ଆଦିରୁ ପାଣି ବ୍ୟବହାର କରି ଏହି ଚାଷ କରାଯାଉଛି । ଏଥିପାଇଁ ଜାନୁଆରୀ ମାସ ଠାରୁ ପ୍ରସ୍ତୁତି ହେବାକୁ ପଡେ । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସାମାନ୍ୟ ବୈଷୟିକ ପରାମର୍ଶ ବ୍ୟତୀତ ଚାଷୀଙ୍କୁ ଅନ୍ୟ ରକମର ପ୍ରୋତ୍ସାହନ ମିଳି ନ ଥିଲେ ସୁଦ୍ଧା ତରଭୁଜ ଚାଷ ପ୍ରତି ରହିଥିବା ସେମାନଙ୍କ ଆଗ୍ରହ ଉଣା ହୋଇନାହିଁ । ଏଠାରେ ତରଭୁଜ ଚାଷୀ ଙ୍କ ସ୍ୱାର୍ଥ ରକ୍ଷା ଲାଗି ପ୍ରଶାସନ ତଥା କୃଷି, ଉଦ୍ୟାନ ବିଭାଗ , ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସାମାନ୍ୟ ବୈଷୟିକ ପରାମର୍ଶ ବ୍ୟତୀତ ଚାଷୀଙ୍କୁ ଅନ୍ୟ ରକମର ପ୍ରୋତ୍ସାହନ ମିଳି ନ ଥିଲେ ସୁଦ୍ଧା ତରଭୁଜ ଚାଷ ପ୍ରତି ରହିଥିବା ସେମାନଙ୍କ ଆଗ୍ରହ ଉଣା ହୋଇ ନାହିଁ। କୃଷି ବିଭାଗ ପକ୍ଷରୁ ଚାଷୀ ମାନେ ଗୋଷ୍ଠୀଗତ ଭାବେ ତରଭୁଜ ବିକ୍ରି କଲେ ଆବଶ୍ୟକ ବଜାର ବ୍ୟବସ୍ଥା କରାଯାଇପାରିବ ବୋଲି କୁହାଯାଉଥିଲେ ହେଁ ଏଠାରେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ କିଛି ବି ଉଦ୍ୟମ ହେବା ଜଣାପଡିନାହିଁ। ଏଠାରେ ତରଭୁଜ ଚାଷୀ ଙ୍କ ସ୍ୱାର୍ଥ ରକ୍ଷା ଲାଗି ପ୍ରଶାସନ ତଥା କୃଷି, ଉଦ୍ୟାନ ବିଭାଗ ପକ୍ଷରୁ ଏହି ଚାଷ ପାଇଁ ପ୍ରୋତ୍ସାହନ ପାଇଁ ବ୍ୟବସ୍ଥା ଥିଲେ ବି ବିଭାଗୀୟ ଅଧିକାରୀଙ୍କ ମନମୁଖୀ ଯୋଗୁଁ ଚାଷୀଙ୍କୁ ତା’ର ଲାଭ ମିଳି ପାରୁ ନଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ଜମିରେ ତରଭୁଜ ଚାଷ ହେଉଥିଲେ ବି ଉଠାଜଳସେଚନର ବ୍ୟବସ୍ଥା କରାଯାଉ ନାହିଁ ବୋଲି ବହୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ବଜାର ବ୍ୟବସ୍ଥା କରିବାକୁ ଦାବି ହେଉଛି ।