ବୀରମହାରାଜପୁର ବ୍ଲକ ସଭା ଗୃହରେ ବିଜେପି ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ

ବୀରମହାରାଜପୁର : ଭାରତବର୍ଷ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଅବସରରେ ପାଳନ ହେଉଥିବା ସେବା ପକ୍ଷ ପରିପେକ୍ଷୀ ରେ ଆଜି ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହ ଠାରେ ବିଜେପି ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ଏହି ଶିବିର କୁ ଉଦଘାଟନ କରିଥିବାବେଳେ ସୁବର୍ଣ୍ଣପୁର ଭା ଜ ପା ଜିଲ୍ଲା ସଭାପତି ବେଣୁଧର ଦାଶ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଉଷା କୁମାରୀ , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ବିଧାୟକ ଙ୍କ ପ୍ରତିନିଧି ପଦାର୍ଥ ଜଗଦଲା , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ମିଶ୍ର , ମଣ୍ଡଳ ସଭାପତି ସୁମନ୍ତ ଜଗଦଲା, ବରିଷ୍ଠ ଆଇଜିବି ରାଧାକାନ୍ତ ମହାକୁର , ସତ୍ୟବ୍ରତ ମିଶ୍ର , ଅଶୋକ ସାହୁ , ମୁକୁରୁ ବାଗ , ବରିଷ୍ଠ କାର୍ଯ୍ୟକର୍ତ୍ତା ଶରତ ମିଶ୍ର , ବିପିନ ପଣ୍ଡା, ଏକଲବ୍ୟ ବେହେରା , ରମେଶ ପଣ୍ଡା, ବଳରାମ ସୁନା, ଯୁବମୋର୍ଚ୍ଚା ର ରୋହିତ ହୋତା , ବିପିନ ଭୋଇ, ଅନନ୍ତ ନାରାୟଣ ପୁରୋହିତ, ବିଶ୍ୱନାଥ ଥନାପତି, ରାମପ୍ରସାଦ କର୍ଣ୍ଣ, ସପନ ପଧାନ, ସଂଜୀବ ପଧାନ, ଅମିତ ଭୋଇ, ପଙ୍କଜ ନାୟକ, ସୁରୁବାବୁ ପଧାନ,ମିଥୁନ ଦାଶ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଓଡିଶା ରକ୍ତକେନ୍ଦ୍ର, ସୁବର୍ଣ୍ଣପୁର ର ଅଧିକାରୀ ଓ ସହଯୋଗୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସମୁଦାୟ ୬୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରରେ ଶତାଧିକ ବୁଦ୍ଧିଜୀବି ଓ ଜନସାଧାରଣ ଉପସ୍ଥିତ ଥିଲେ l