ବୀରମହାରାଜପୁର ଡ୍ରାଇଭର ସଂଘ ପକ୍ଷରୁ ବିଶ୍ଵକର୍ମା ପୂଜା ପାଳିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଡ୍ରାଇଭର ସଙ୍ଘ ତରଫରୁ ଆଜି ମହାଆଡମ୍ବର ରେ ବିଶ୍ଵକର୍ମାପୂଜା ପାଳନ ହୋଇଥିବା ଦେଖିବାକୁ ମିଳିଛି l ଏଥି ପାଇଁ ସଂଘର ସମସ୍ତ କର୍ମକର୍ତ୍ତା ଗୋଟିଏ ସପ୍ତାହ ଆଗରୁ ମହାପ୍ରଭୁ ବିଶ୍ଵକର୍ମା ଙ୍କ ମେଢ ମୂର୍ତ୍ତି କୁ ବିଭିନ୍ନ ସାଜସଜ୍ୟା ଓ ଆଲୋକ ରେ ସଜ୍ଜିତ କରିଛନ୍ତି l ସକାଳୁ ସକାଳୁ ପଣ୍ଡିତ ବ୍ରାହ୍ମଣ ଙ୍କ ଦ୍ଵାରା ସମସ୍ତ ନୀତି କାନ୍ତି ପରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଗାଡ଼ି କୁ ପୂଜା କରଯାଇଥିଲା, ପରେ ବ୍ରାହ୍ମଣ ଙ୍କ ଦ୍ଵାରା ବାବା ବିଶ୍ଵକର୍ମା ଙ୍କ ପୂଜା ଅର୍ଚ୍ଚନା ଓ ହୋମ ଆଦି କରା ଯାଇଥିଲା l ଏହି ଅବସରରେ ଆସନ୍ତା କାଲି ସକାଳ ୮ଘଣ୍ଟା ରେ ରାମାୟଣ ଗାୟିକା ବର୍ଷାରାଣୀ ତ୍ରିପାଠୀ ଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପରାୟଣ ପାଠ ହେବାର କାର୍ଯ୍ୟକ୍ରମ ରହିଛି l, ବାବା ବିଶ୍ଵକର୍ମା ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ଲାଭ ପାଇଁ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l
ସେହିପରି ବୀରମହାରାଜପୁର ଓ ସୁବଳୟା ବିଦ୍ୟୁତ୍ ବିଭାଗ ସେକ୍ସନ୍ ଅଫିସରେ ମଧ୍ୟ ବାବା ବିଶ୍ଵକର୍ମା ଙ୍କ ପୂଜା ଧୁମ୍ ଧlମରେ ରେ ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ ପାଳନ କରିଥିବା ଦେଖାଦେଇଛି l