ବୀରମହାରାଜପୁର ବ୍ଲକ ରେ ମନରଗା ଜନ ଶୁଣାଣି କାର୍ଯ୍ୟକ୍ରମ

ବୀରମହାରାଜପୁର : ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ୨0୨୪ -୨0୨୫ ଆର୍ଥିକ ବର୍ଷ ର ଗୁରୁବାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉକ୍ତ ସମୀକ୍ଷା ବୈଠକ ରେ ଏ ଡି ଏମ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମ ପଞ୍ଚାୟତ, ଏବଂ ପଞ୍ଚାୟତ ସମିତି ଅଧୀନରେ ଚାଲିଥିବା ସମସ୍ତ କାର୍ଯ୍ୟ ର ସମୀକ୍ଷା କରିଥିଲେ l ଉଦ୍ୟାନ ବିଭାଗ , ବନବିଭାଗ , ଜଳଛାୟା ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗ ର ଅଧିକାରୀ ମାନେ ବିବରଣୀ ଉପସ୍ଥାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ମନରେଗା କାର୍ଯ୍ୟକାରୀ ଅଧିକାରୀ ହୃଷିକେଶ ମହାକୁର , ବୀରମହାରାଜପୁର ବ୍ଲକ ପବ୍ଲିକ ହି୍ୟରିଙ୍ଗ କମିଟି ସଦସ୍ୟ କିଶୋର ହୋତା, ପ୍ରଭଞ୍ଜନ କର୍ମୀ ପ୍ରମୁଖ ମଞ୍ଚାସିନ ହୋଇ ପ୍ରତ୍ୟେକ ବିଭାଗ ର କାର୍ଯ୍ୟ ର ସମୀକ୍ଷା କରିଥିଲେ l ବ୍ଲକ ମନରେଗା ସଂଯୋଜକ ଚୈତନ୍ୟ ମଲ୍ଲିକ ବିଗତ ବୈଠକ ର ବିବରଣୀ ପଠନ କରିବା ସହିତ ଚଳିତ ବୈଠକ ର ଭି ଆର ବି ମାନଙ୍କ କାର୍ଯ୍ୟ ତଦାରଖ ତଥ୍ୟ ଉପସ୍ଥାପନ କରିଥିଲେ l ବାଗବର , ହିଲୁଙ୍ଗ, ଉଫୁଲା , ଜଟେସିଂହା, ମୁରଶୁଣ୍ଢୀ , କେନଝିରିଆ ପାଲି ଗ୍ରାମ ପଞ୍ଚାୟତ ର କିଛି କାର୍ଯ୍ୟ ର ଭୁଲ ଭଟକା ପାଇଁ ସେମାନଙ୍କୁ ଜରିମାନା କରାଯାଇଛି l ଆଗାମୀ ଦିନରେ କିଭଳି ଭୁଲ ଭଟକା ନ ରହିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସୁବଳୟା ଏସ ସି ଏଫ ଅବିନାଶ ବେରିହା , ଉଦ୍ୟାନ ବିଭାଗର ପ୍ରିୟଦର୍ଶିନୀ ଝାଙ୍କର , ପରମେଶ୍ୱର ବିଶି , ଭିଆରବି , ପି ଇ ଓ ଏ ଡି ଡ଼ବ୍ଲୁଓ , ଙ୍କ ସମେତ ହିତାଧିକାରୀ ମାନେ ଯୋଗ ଦେଇଥିଲେ l ଏ ପି ଓ ଅମୃତାଂଶୁ ପାତ୍ର ସଭା ସଂଚାଳନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l