ଅମରପାଲି ହାଇ ସ୍କୁଲ ରେ ଜୋନ ସ୍ତରୀୟ ଖୋ ଖୋ , କବାଡ଼ି ଖେଳାଳି ଚୟନ

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ମଙ୍ଗଳବାର ଦିନ ଜୋନ ସ୍ତରୀୟ ଖୋକୋ ଓ କବାଡି ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅମରପାଲି ହାଇସ୍କୁଲର ଖେଳ ଶିକ୍ଷକ କହ୍ନେଇ ଚରଣ ପ୍ରଧାନ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ବହଳପଦର , ଦୁର୍ଜନତୈଳା , ଲୁତୁରପଙ୍କ , କେନଝିରିଆପାଲି , ଖଣ୍ଡହତା ଓ ମୁର୍ଷୁଣ୍ଢି ପଞ୍ଚାୟତର ପ୍ରାୟ ୧୦ ଟି ସ୍କୁଲରୁ ୧୧୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ୧୭ ବର୍ଷରୁ କମ ଓ ୧୪ ବର୍ଷରୁ କମ ଉଭୟ ବାଳିକା ଓ ବାଳକ ବର୍ଗର ଖୋକୋ ଏବଂ କବାଡି ପ୍ରତିପୋଗିତ ହୋଇଥିଲା । ଉଭୟ ବାଳିକା ଓ ବାଳକ ବର୍ଗର କବଡିରୁ ୩୮ ଜଣ ଓ ଖୋକୋ ରୁ ୩୯ ଜଣ ସମୁଦାୟ ୭୭ ଜଣ ପ୍ରତିଯୋଗୀ ଚୟନ ହୋଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ଗୁରୁବାର ଦିନ ବ୍ଲକ ର ପିତାମହୁଲ ହାଇ ସ୍କୁଲରେ ହେବାକୁ ଥିବା ବ୍ଲକ ସ୍ତରୀୟ ଖୋକୋ ଏବଂ କବାଡି ଖେଳାଳି ଚୟନ ଶିବିରେ ଚୟନ ହୋଇଥିବା ୭୭ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ଅମରପାଲି ହାଇସ୍କୁଲ ର ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଉକ୍ତ ଜୋନ ସ୍ତରୀୟ କବାଡି ଓ ଖୋକୋ ଖେଳାଳି ଚୟନ ଶିବିର ରେ ସ୍ଥାନୀୟ ହାଇସ୍କୁଲ ର ଖେଳ ଶିକ୍ଷକ କହ୍ନେଇ ଚରଣ ପ୍ରଧାନ ସମେତ କେନଝିରିଆପାଲି ହାଇସ୍କୁଲର ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ, ଲୁତୁରପଙ୍କ ହାଇସ୍କୁଲର ଖେଳ ଶିକ୍ଷକ ଶକ୍ତି ସାମନ୍ତରାୟ, ସ୍ଥାନୀୟ ୟୁପି ସ୍କୁଲ ର ଖେଳ ଶିକ୍ଷୟିତ୍ରୀ ଆନନ୍ଦୀନୀ ପ୍ରଧାନ , ମୁର୍ଷୁଣ୍ଢି ହାଇସ୍କୁଲର ଖେଳ ଶିକ୍ଷକ ଶ୍ରୀକାନ୍ତ ନାଏକ , ବିପ୍ର ଚରଣ ପେରl , ଶେଷଦେବ ପ୍ରଧାନ , ନଳରାଜ ମେହେର ଖେଳ ଗୁଡ଼ିକ ପରିଚାଳନା କରିଥିଲେ । ଅମରପାଲି ହାଇସ୍କୁଲର ସମସ୍ତ ଶିକ୍ଷକ, କର୍ମଚାରୀ ସମତେ ବିଭିନ୍ନ ସ୍କୁଲରୁ ଆସିଥିବା ଶିକ୍ଷକମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।