Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଦାଗଡ଼ ତେତେଲପଦର ପ୍ରାଥମିକ ବିଦ୍ୟାଳୟରେ ଖଡିଛୁଆଁ ପ୍ରବେଶ ଉତ୍ସଵ।

କଳାହାଣ୍ଡି: ୦୨/୦୪
ରାଜ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ବାଟିକା ପ୍ରାରମ୍ଭିକ ଶିକ୍ଷା ପାଇଁ ଖଡିଛୁଆଁ ପ୍ରବେଶ ଉତ୍ସଵ ଆରମ୍ଭ ହୋଇଛି। କୋକସରା ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଓ ବରାଡୋଙ୍ଗା ପଞ୍ଚାୟତ ଠାରେ ଖଡିଛୁଆଁ ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ତେତେଲପଦର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ତ୍ରିନାଥ ନାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବରାଡୋଙ୍ଗା ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ଓ ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା ସଭାପତି ଘାସିରାମ ରାଉତ,ହେମନ୍ତ ରାଉତ, ଶ୍ରୀଯୁକ୍ତ ଚଳାନ ଯୋଗଦେଇ ଖଡିଛୁଆଁ ଉତ୍ସଵ ର ଶୁଭାରମ୍ଭ କରିଥିଲେ। ଶିକ୍ଷକ ବିରଞ୍ଚି ନାରାୟଣ ନାଏକ ଓ ଶିକ୍ଷୟିତ୍ରୀ ରଶ୍ମିତା ବରିହା ସମେତ ପିଟିଏ ଓ ଏମଟିଏ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି କନ୍ଦାଗଡ଼ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପୁରୋହିତ ଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ମୁଖ୍ୟ ଵକ୍ତା ଭାବେ ଶିକ୍ଷକ ଭାଗ୍ୟବାନ ବାଗ, ସମ୍ମାନିତ ଅତିଥି ଭାବେ ଋଷିମଣି ମାଝୀ,ଶ୍ରଦ୍ଧାଞ୍ଜଳି ପୁରୋହିତ,ବିକ୍ରମ ନନ୍ଦ,କେ.ଅନୀଲ କୁମାର ପଟ୍ଟନାୟକ ଯୋଗଦେଇ ଖଡି ଛୁଆଁ ପ୍ରବେଶ ଉତ୍ସଵ ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ୫୧ ଜଣ ଛାତ୍ରଛାତ୍ରୀ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇଥିଲେ।ଏହି ଅବସରରେ ସ୍କୁଲ ପାଇଁ ଜମିଦାନ କରିଥିବା ଭୂମିଦାତା ପରକ୍ଷିତ ମାଝୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।