Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରଣ୍ୟା ରାଓଙ୍କୁ ଛାଡପତ୍ର ଦେବେ ସ୍ୱାମୀ ଜତିନ; ସୁନା ସ୍ମଗଲିଂରେ ଫସିଥିଲେ

ବେଙ୍ଗାଲୁରୁ: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରଣ୍ୟା ରାଓ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ତାଙ୍କ ସ୍ୱାମୀ ଜତିନ ହୁକ୍କେରୀ ଏବେ ତାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ଜତୀନ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସେ ରଣ୍ୟାଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିବେ।

ରଣ୍ୟା ରାଓଙ୍କ ସ୍ୱାମୀ ଜତିନ ହୁକ୍କେରୀଙ୍କ କହିବା ଅନୁଯାୟୀ, ‘ଆମେ ବିବାହ କରିବା ଦିନଠାରୁ ମୁଁ ଯନ୍ତ୍ରଣା ଏବଂ ଅସୁବିଧାର ସମ୍ମୁଖୀନ ହେଉଛି।’ ଆଜି ମୁଁ ଛାଡପତ୍ର ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଛି।ସୁନା ଚୋରା ଚାଲାଣ ମାମଲାରେ ରଣ୍ୟା ରାଓଙ୍କ ସ୍ୱାମୀ ମଧ୍ଯ ତଦନ୍ତ ପରିସରକୁ ଆସିଛନ୍ତି। ପୋଲିସ ଅଭିଯୋଗ କରିଛି ଯେ ସେ ପ୍ରାୟତଃ ଅଭିନେତ୍ରୀଙ୍କ ସହିତ ଦୁବାଇ ଯାଉଥିଲେ, ଯେଉଁଠାରୁ ସେ ସୁନା ଚୋରା ଚାଲାଣ କରୁଥିଲେ।