Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରମ୍ପରା ଓ ଧର୍ମବିଶ୍ଵାସ,ମା ଠାକୁରାଣୀ ଙ୍କ ଚୈତ୍ର ଯାତ୍ରା,ଘଟ ରୂପେ ଦର୍ଶନ ଦେଲେ ମା।

କଳାହାଣ୍ଡି:୦୭/୦୪
ଆଜି କୋକସରା ର ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀ ଙ୍କ ଚୈତ୍ରଯାତ୍ରା ରୀତିନୀତି ଅନୁଯାୟୀ ଗ୍ରାମ୍ୟ ଠାକୁରାଣୀ ଙ୍କ ମୁଖ୍ୟ ପୂଜକ ନନ୍ଦ କିଶୋର ଧରୁଆ ଙ୍କ ଘରୁ ପୂଜାର୍ଚ୍ଚନା ପରେ ଗାଁ ଗୌନ୍ତିଆ ଓ ଗାଁ ଗଣ୍ଡା ଙ୍କ ଘରେ ଘଟ ପୂଜାର୍ଚ୍ଚନା ପରେ ଘଟ ଯାତ୍ରା ଆରମ୍ଭ ହୋଇଛି।
କୋକସରା ର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଠାକୁରାଣୀ । ମା ଙ୍କ ଉପରେ ଅଞ୍ଚଳ ବାସୀଙ୍କ ରହିଛି ଆସ୍ଥା ଓ ବିଶ୍ୱାସ ।ବର୍ଷ ତମାମ ଭକ୍ତ ମାନଙ୍କୁ ମା ନିଜ ମନ୍ଦିର ରେ ଦର୍ଶନ ଦେଉଥିବା ବେଳେ ମା ଙ୍କ ଚୈତ୍ର ପର୍ବ ସମୟରେ କିନ୍ତୁ ମା ଙ୍କ ପ୍ରତିମା ସ୍ଵରୂପ ଘଟ (କଳସୀ) ପୂଜକ ଙ୍କ ଘରୁ ପୂଜାର୍ଚ୍ଚନା ପରେ ବାହାରି ନଗର ପରିକ୍ରମା ପୂର୍ବକ ଭକ୍ତଙ୍କ ଦୁଆର ମୂହଁ ରେ ଦର୍ଶନ ଦେଇଥାନ୍ତି ମା ଠାକରାଣୀ । ଏହିପର୍ବ ସମୟରେ ଦୁଇ ଜଣ ନାବାଳିକା କୁମାରୀ କନ୍ୟା ମାନଙ୍କ ଦ୍ଵାରା ମାଁ ଠାକୁରାଣୀ ଙ୍କ ଘଟ ବୁହା ହୋଇ ସହରର ସମସ୍ତ ଘରକୁ ଘର ପରିକ୍ରମା କରାଯାଇଥାଏ । ତେବେ ପରମ୍ପରା ରହିଛି ଯେ ମା ଙ୍କ ଚୈତ୍ରଯାତ୍ରା ର ଦିନେ ପୂର୍ବରୁ ମାଙ୍କ ଘଟ(କଳସୀ)କୁ କେଉଁ କୁମାରୀ କନ୍ୟା ଧାରଣ କରିବେ ତାହା ଉପରେ ମୂଖ୍ୟ ପୂଜକଙ୍କୁ ସ୍ଵପ୍ନାଦେଶ ହୋଇ ଥାଏ। ତାପରେ ପୂଜକ ସେହି ଘରକୁ ଯାଇ ଦୁଇ କୁମାରୀ କନ୍ୟା ଙ୍କୁ କିଶୋରୀ ନେଇ ଆସନ୍ତି । ପୂଜାର୍ଚ୍ଚନା ପରେ ମା’ଙ୍କ ପାର୍ଶ୍ଵ ଦେବାଦେବୀ କାଳିଶି (ଶିରା)ଦେହରେ ରୂପରେ ମା ଙ୍କ ଆବିର୍ଭାବ ହୋଇଥାଏ। ଏହା ପରେ ମା ଙ୍କ ଘଟ ଗଣା ବାଜା ସହ ସହର ଅଭିମୁଖେ ବାହାରି ଥାଆନ୍ତି । ପ୍ରତି ଘର ଆଗରେ ମହିଳା ମାନେ ଗୋମୟ ସହ ଧୁପ,ଦୀପ,ମୁଆଁ,ନଡ଼ିଆ, କଦଳୀ, ମହୁଳଫୁଲ ପୂଜାର୍ଚ୍ଚନା ସହ ପରିବାର ର ମଙ୍ଗଳକାମନା କରିଥାନ୍ତି।ଏହି ସମୟରେ ମାଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଚୈତ୍ର ଯାତ୍ରା ଆସନ୍ତା କାଲି ସମାପନ ହେବାକୁ ଥିବାବେଳେ ମୁଖ୍ୟ ପୂଜକ ନନ୍ଦ କିଶୋର ଧରୁଆ, ସହ ପୂଜକ ଦିଲୁ ସିଂ ଧରୁଆ,ଦିଲିପ ଧରୁଆ ,ଶିରା ଅନୀଲ ରାଉତ, ପୁରୁଷୋତ୍ତମ ନାଏକ, ଜଳଧର ନାଏକ,ରାମ ପ୍ରସାଦ ନାଏକ, କେଦାର ମାଝୀ, ବିଜୟ ରାଉତ, ସୁରେଶ ରାଉତ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ