Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଫାଇନ୍ କଳାହାଣ୍ଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ,ଜଳ,ଜଙ୍ଗଲ ଓ ଜମି କୁ ନେଇ ୧୧ ତାରିଖ ରେ ବିଶାଳ ଜନ ସମାବେଶ।

କଳାହାଣ୍ଡି:୦୭/୦୪
କଳାହାଣ୍ଡି ଜିଲ୍ଲାବାସୀଙ୍କ ବିଶ୍ୱାସ ଓ ନିଷ୍ଠାକୁ ପୁଞ୍ଜି କରି ସମସ୍ତଙ୍କୁ ଏକାଠି କରିବା ଓ ସେମାନଙ୍କ ଆସ୍ଥାକୁ ସମ୍ମାନ ଦେଇ ଏକ ସଶକ୍ତ କଳାହାଣ୍ଡି ଜିଲ୍ଲା ଗଠନ କରିବାର ସ୍ୱପ୍ନ ଦେଖିଥିବା ଡିଫାଇନ୍ କଳାହାଣ୍ଡି ପକ୍ଷରୁ ଆଜି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯକ୍ରମ ଆଜି ଅପରାହ୍ନ ରେ ସ୍ଥାନୀୟ ଭବାନୀପାଟଣା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯକ୍ରମ ରେ ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ଯୋଗ ଦେଇଥିଲେ । ୧ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କୁ ଡିଫାଇନ କଳାହାଣ୍ଡି ର ସଦସ୍ୟ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଡିଫାଇନ କଳାହାଣ୍ଡି ର ଏକ ମାତ୍ର ଉଦ୍ଦେଶ୍ୟ କଳାହାଣ୍ଡି ଜିଲ୍ଲାର ବିକାଶ , କଳାହାଣ୍ଡି ରେ ତ ଅନେକ ସମସ୍ୟା ରହିଛି କିନ୍ତୁ ମୁଖ୍ୟ ସମସ୍ୟା ହେଲା ବେକାରୀ ସମସ୍ୟା ଓ ଦ୍ଵିତୀୟ ହେଲା ମଦ ,ଆଜି ଯୁବକ ଯୁବତୀ ମାନେ ପାଠ ପଢ଼ି କି ବେକାରୀ ରହୁ ଥିବା ବେଳେ ମଦ ମାଧ୍ୟମରେ ପରିବାର ମଧ୍ୟ ଉଜୁଡ଼ି ଯାଉଛି । ଘରର ମୁଖିଆ ଯାହା ଉପାର୍ଜନ କରୁଛି ତାହା ମଦ ପିଇ ସର୍ବସ୍ବାନ୍ତ ହେଉଛନ୍ତି । ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟା ମଧ୍ୟ ଲାଗି ରହିଛି ତେଣୁ ଚାଷୀ ମାନଙ୍କ ସହ ମଧ୍ୟ ଅଛୁ ବୋଲି କହିବା ସହ ଜିଲ୍ଲାରେ ଲାଗି ରହି ଥିବା ବିଭିନ୍ନ ସମସ୍ୟା ସହ ଡିଫାଇନ କଳାହାଣ୍ଡି ଅଛି ବୋଲି ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ପ୍ରକାଶ କରିଥିଲେ । ଏହାସହ କଳାହାଣ୍ଡି ଜିଲ୍ଲାରେ ଭରପୁର ଖଣି ରହିଛି ବିଭିନ୍ନ ବହୁ ରାଷ୍ଟ୍ରୀୟ କମ୍ପାନୀ ଆସି ଖଣି ଖନନ କରୁଛି କିନ୍ତୁ ଅତି ଦୁଃଖର କଥା ଯେ ପଡୋଶୀ ରାୟଗଡ଼ା ଜିଲ୍ଲା ଖଣି ଖନନ ଦ୍ଵାରା ସେଠିକାର ବିକାଶ ଓ ଉନ୍ନତି ହେଉଛି କଳାହାଣ୍ଡି ଜିଲ୍ଲାରେ କିଛି ବିକାଶ କରୁନଥିବାରୁ ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରିବା ସହ ଆସନ୍ତା ୧୧ ତାରିଖ ଦିନ ଜଳ, ଜଙ୍ଗଲ ଓ ଜମି କୁ ବଞ୍ଚାଇବାକୁ ଏକ ବିରାଟ ଜନ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ହଜାର ହଜାର ମହିଳା ଯୁବକ ଯୁବତୀ ସାମିଲ ହେବେ ବୋଲି ପ୍ରକାଶ କରିଥିଲେ । ପ୍ରଥମେ ଜିଲ୍ଲାରେ ଏହି ସମାବେଶ କରାଯିବ ଯଦି ପ୍ରଶାସନ ସରକାର ନ ଶୁଣିବେ ତାହେଲେ ବହୁ ସଂଖ୍ୟା ରେ କଳାହାଣ୍ଡି ଜିଲ୍ଲାରୁ ଏକ ବାଇକ୍ ଶୋଭାଯାତ୍ରା କଳାହାଣ୍ଡି ରୁ ଭୁବନେଶ୍ୱର ଯାତ୍ରା କରି ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଜୟନ୍ତ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ବହୁ ମହିଳା ପୁରୁଷ ଯୁବକ ଯୁବତୀ ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ