ବିଜେପିରେ ମିଶିବେ କି ବବି ଓ ବରିଷ୍ଠ ନେତା


ରାଜ୍ୟରେ ଦୁଇଫାଳ ହେଲାଣି ବିଜେଡି । ପାଣ୍ଡିଆନଙ୍କୁ ନବୀନ ନିବାସରୁ ଏବଂ ଓଡିଶାରୁ ହଟାଇବା ପାଇଁ ମେଳି ହେଉଛନ୍ତି ବରିଷ୍ଠ ଓ ଯୁବନେତା । ବିଜେଡି ହାରିବାର କାରଣ ଏବଂ ୱାକଫ୍ ବିଲ୍ ସସ୍ମିତଙ୍କ ସମର୍ଥନ ପରେ ରାଜନୀତି ଏବେ ପଡୁଛି ଉଠୁଛି । ପାଣ୍ଡିଆନ ଷଡଯନ୍ତ୍ରକାରୀ ବୋଲି କିଛି ବିଜେଡି ନେତା କହୁଥିବା ବେଳେ ଆଉ କିଛି ସମର୍ଥନ ଜଣାଉଛନ୍ତି ।

କୁହାଯାଉଛି କି, ବରିଷ୍ଠ ମାନଙ୍କୁ ମେଳି କରି ବିଜେପିରେ ମିଶିପାରନ୍ତି ବବି । କାରଣ ନିକଟରେ ଡାନି ଘଡେଇଙ୍କ ସହ ତାଙ୍କ ମନାନ୍ତର ଚାଲିଥିବା କୁହାଯାଉଥିବା ବେଳେ ଉଭୟଙ୍କୁ ଗୋଟିଏ ଗାଡିରୁ ବାହାରୁଥିବା ନଜିର ଆସିଥିଲା । ହେଲେ ଏହା ପଛର କାରଣ କଣ ଓଡିଶାବାସୀ ବୁଝିପାରୁନଥିବା ବେଳେ କୁହାଯାଉଛି, ବିଜେପିକୁ ପଳାଇବେ ବବି । ଖାଲି ଏକା ନୁହନ୍ତି ବରିଷ୍ଠ ଧରି ସାଙ୍ଗରେ ଯିବେ । ଯଦି ପାଣ୍ଡିଆନ ହଟିବେ ତାହେଲେ ବବି ବିଜେଡି ଦଳକୁ ସୃଦୃଢ କରିବା ପାଇଁ ଦିନରାତି ଏକ କରିବେ । ନହେଲେ ବାବୁ ତାଙ୍କ ଚାଲ୍ ଚଳାଇ ବରିଷ୍ଠଙ୍କୁ ଧରି ପଦ୍ମ ପୋଖରୀକୁ ଡିଆଁ ମାରିବେ ବୋଲି ଆଲୋଚନା ଜୋର ଧରିଲାଣି । କାରଣ ୱାକଫ ବିଲ୍ କୁ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ନବୀନ ପଟ୍ଟନାୟକ ।

ଯାହାଫଳରେ ଏବେ ବିଜେଡି ଦୁଇଫାଳ ହେବାକୁ ବସିଲାଣି ।ତେବେ ଏହି ବିରାଟ ପାଣ୍ଡିଆନ ବିରୋଧି ଗୋଷ୍ଠୀ ଉପରେ ଯଦି ନଜର ପକାଇବା ସାମ୍ନାକୁ ଆସୁଛି କିଛି ସାଘାଂତିକ ତଥ୍ୟ । କାରଣ ଏହି ଗୋଷ୍ଠୀରେ ସାମିଲ୍ ଅଛନ୍ତି ବବି ଦାସଙ୍କ କ୍ୟାମ୍ପର ଅନେକ ବରିଷ୍ଠ ଓ ଯୁବନେତାମାନେ । ତେବେ ଏଠି ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛିି, ବବିଙ୍କ ନିର୍ଦ୍ଦେଶରେ ବବିଙ୍କ କ୍ୟାମ୍ପର ନେତାମାନେ ଉଠାଉ ନାହାଁନ୍ତି ତ ଏହି ପାଣ୍ଡିଆନ ବିରୋଧି ସ୍ୱର ? ବବି ମଧ୍ୟ ସେତେବେଳେ ନିଜକୁ ପାଣ୍ଡିଆନଙ୍କ ବଡ ଅନୁଗାମୀ ବୋଲି କହି ବୁଲୁଥିଲେ । ଏମିତି ଳଲ ସେ ନିଜକୁ ପାଣ୍ଡିଆନଙ୍କ କୀର୍ତ୍ତଦାସ କହିବା ସହ ପାଣ୍ଡିଆନଙ୍କ ଟ୍ରାଫିକର ଭାର ମଧ୍ୟ ଅନେକ ସମୟରେ ପରିଚାଳନା କରୁଥିଲେ । ହେଲେ କିଏ ବା ଏମିତି ଆକଳନ କରିଥିଲା ଯେ, ଦିନେ ସେହି କୀର୍ତ୍ତଦାସ ଏବଂ ଟ୍ରାଫିକ କର୍ମଚାରୀ ଜଣକ ଏତେ ବଡ ସମସ୍ୟା ଭାବରେ ଉଭା ହେବ । ଏବଂ ପାଣ୍ଡିଆନଙ୍କୁ ବିଦା କରି ଦଳର ନମ୍ବର ୨ ହେବାକୁ ଉଦ୍ୟମ କରିବ ।

ସସ୍ମିତଙ୍କ ଟୁଇଟ ପରେ ବିଜେଡିରେ କମ୍ପନ ସୃଷ୍ଟି ହେବା ଆରମ୍ଭ ହୋଇଥିବା ବେଳେ ସସ୍ମିତଙ୍କ ପଛରେ କିଏ ତାହାକୁ ସର୍ବସମ୍ମୁଖକୁ ଆଣିବା ପାଇଁ ଦଳର ସଭାପତିଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ । ସେପଟେ ଦିଲ୍ଳୀରୁ ଫେରିଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ।

ସେ କହିଛନ୍ତି, ବୈଠକରେ ଆଲୋଚନା ହୋଇଥିବା ଏହାକୁ ବିରୋଧ କରିବା ପାଇଁ କିନ୍ତୁ ପୁଣି ସସ୍ମିତ ବାବୁ ମତ ବଦଳାଇଲେ ମୁଁ ଜାଣିନାହିଁ । ତାଙ୍କ ସହ କଥା ହେବାପାଇଁ ମୁଁ ଚେଷ୍ଟା କରିଥିଲି କିନ୍ତୁ ସେ ଫୋନ ଉଠାଇଲେନି । ତେବେ ଦିଲ୍ଲୀରୁ ଫେରିବା ପରେ ଏହାର ଜବାବ ମାଗିବା ପାଇଁ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ନବୀନ ନିବାସରେ । ଆଉ ସେଠାରେ ଦଳର ସଭାପତି ଆଶ୍ୱସ୍ତି ଦେଇଛନ୍ତି । କିନ୍ତୁ ତାଙ୍କ ସମର୍ଥକ କହିଛନ୍ତି ୱାକଫ୍ ବିଲର ସଂଶୋଧନ ଏବଂ ସସ୍ମିତଙ୍କୁ ସସପେଣ୍ଡ କରାଯାଉ । ନହେଲେ ଆଗାମୀ ଦିନରେ ବିଜେଡିର ହାତ ଆମେ ଛାଡିବୁ । ଅନ୍ୟପକ୍ଷରେ ଏସବୁ ଭିତରେ ଏହାର ଫାଇଦା ବବି ଉଠାଉଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କୁ ହଟାଇ ବିଜେଡିକୁ ନିଜ ହାତରେ ସମ୍ପୂର୍ଣ୍ଣ ରଖିବା ପାଇଁ ଭିତିରି ଯୋଜନା କରୁଛନ୍ତି ।