ଏବେ କ୍ରିକେଟ ଋତୁ ଚାଲିଥିବା ବେଳେ ୟୁଜର୍ସଙ୍କ ପାଇଁ ଆସିଛି ଦମ୍ଦାର ଅଫର୍ । ୯୦ ଦିନ ଯାଏଁ 4K କ୍ୱାଲିଟିରେ ଟିଭି ଓ ହଟ୍ଷ୍ଟାର୍ର ମଜା ଉଠାଇ ପାରିବେ ୟୁଜର୍ସ, ତାହା ବି ସମ୍ପୂର୍ଣ୍ଣ ମାଗଣା । ଏହି ଅଫର୍ ଜିଓର ଉଭୟ ନୂଆ ଓ ପୁରୁଣା ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଅଫର୍ ଦ୍ୱାରା ଜିଓ ଗ୍ରାହକମାନେ ଅନ୍ଲିମିଟେଡ୍ କ୍ରିକେଟ୍ର ମଜା ଉଠାଇ ପାରିବେ ।
ଜିଓ ଫାଇବର ଓ ଜିଓ ଏୟାରଫାଇବର ୟୁଜର୍ସ ଏହାର ଫାଇଦା ଉଠାଇ ପାରିବେ । ଯେଉଁମାନେ ୨୯୯ କିମ୍ବା ତାଠାରୁ ଅଧିକ ରିଚାର୍ଜ୍ କରୁଥିବେ ସେମାନଙ୍କୁ ଜିଓ ହଟ୍ଷ୍ଟାର୍ ଅଲଗା ସବସ୍କ୍ରାଇବ୍ କରିବାକୁ ପଡ଼ିବ ନାହିଁ । ତେବେ ଏଥିପାଇଁ ଏପ୍ରିଲ୍ ୧୫ ତାରିଖ ପୂର୍ବରୁ ୟୁଜର୍ସଙ୍କୁ ନିଜର ରିଚାର୍ଜ୍ କରାଇବାକୁ ହେବ । ଏହାଦ୍ୱାରା ୟୁଜର୍ସଙ୍କୁ ହଟ୍ଷ୍ଟାର୍ ସହ ୮୦୦ରୁ ଅଧିକ ଟିଭି ଚ୍ୟାନେଲ୍ ବି ମାଗଣାରେ ଦେଖିବାକୁ ମିଳିବ । ଖାଲି ସେତିକି ନୁହେଁ ୧୧ଟି ଅନ୍ୟ ଓଟିଟି ଆପ୍ର ମଜା ଉଠାଇ ପାରିବେ ୟୁଜର୍ସ । ଏବେ ଦେଶରେ କ୍ରିକେଟ୍ ଋତୁ ଚାଲିଥିବା ବେଳେ, ଏହା ଫାଇଦା ଉଠାଇ ସବସ୍କ୍ରାଇବର୍ ବଢ଼ାଇବା ଲକ୍ଷ୍ୟରେ ରହିଛି ଜିଓ । ଏଣୁ ଆଇପିଏଲ୍ ଚାଲିଥିବା ସମୟରେ ଏଭଳି ଘୋଷଣା କରାଯାଇଛି ।
ପୂର୍ବରୁ ଏହି ଅଫର୍ର ଅବଧି ଗତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହି ଅଫର୍ ମାଧ୍ୟମରେ ଜିଓର ୟୁଜର୍ସ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ ଅଫର୍ର ଅବଧି ବୃଦ୍ଧି କରିଛି । ଏଣୁ ଏଥର ଗ୍ରାହକମାନେ ଏପ୍ରିଲ୍ ୧୫ ସୁଦ୍ଧା ରିଚାର୍ଜ କରାଇ ଜିଓର ୯୦ ଦିନିଆ ମାଗଣା ହଟ୍ଷ୍ଟାର୍ ଓ ଆଇପିଏଲ୍ ମଜା ଉଠାଇ ପାରିବେ । ତେବେ କେବଳ ସିଙ୍ଗଲ୍ ଡିଭାଇସ୍ ପାଇଁ ଏହି ଅଫର୍ ଉପଲବ୍ଧ ରହିଛି । ଅର୍ଥାତ୍ ଗୋଟିଏ ମୋବାଇଲ୍ କିମ୍ବା ଗୋଟିଏ କନେକ୍ସନ୍ ପାଇଁ ଏହି ଅଫର୍ ଉଦ୍ଦିଷ୍ଟ ରହିବ । ମଲ୍ଟି ୟୁଜର୍ସ ବ୍ୟବହାର ପାଇଁ ଜିଓର ଅନ୍ୟାନ ରିଜାର୍ଜ୍ କରାଇବାକୁ ହେବ ।