Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆବେଦନ ଖାରଜ କଲେ କୋର୍ଟ; ଭାରତ ଫେରିବ ତାହୱୁର ରାଣା

ନୂଆଦିଲ୍ଲୀ: ଆବେଦନ ଖାରଜ କଲେ କୋର୍ଟ; ଭାରତ ଫେରିବ ତାହୱୁର ରାଣା। ଆମେରିକାର ସୁପ୍ରିମକୋର୍ଟ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପଠାଇବା ସମ୍ପର୍କିତ ଏକ ଆବେଦନକୁ ଖାରଜ କରିଛନ୍ତି। ଆମେରିକୀୟ କୋର୍ଟର ଏହି ନିଷ୍ପତ୍ତି ସହିତ ତାହୱୁର ରାଣାଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା କରାଯାଇଛି।

ପାକିସ୍ତାନୀ ବଶୋଦ୍ଭବ ୬୪ ବର୍ଷିୟ କାନାଡିୟ ନାଗରିକ ତାହୱୁର ରାଣା ବର୍ତ୍ତମାନ ଲସ ଏଞ୍ଜେଲ୍ସରେ ରହିଛି। ସେ ଫେବୃଆରୀ 27 ରେ ଆମେରିକାର ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏବଂ ନବମ ସର୍କିଟ୍ର ସର୍କିଟ୍ ଜଷ୍ଟିସ୍ ଏଲିନା କାଗନ୍ଙ୍କ ନିକଟରେ ଜରୁରୀକାଳୀନ ଆବେଦନ କରିଥିଲେ।

ଗତ ମାସ ଆରମ୍ଭରେ କାଗନ୍ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ରାଣା ତାଙ୍କ ଆବେଦନକୁ ପୁଣିଥରେ ପ୍ରଧାନ ବିଚାରପତି ରୋବର୍ଟଙ୍କ ନିକଟକୁ ପଠାଇବାକୁ ଅନୁରୋଧ କରିଥିଲେ। ତାହୱୁର ରାଣା ଆବେଦନରେ କହିଛି, “ଯଦି ମୋତେ ଭାରତ ହସ୍ତାନ୍ତର କରାଯାଏ, ତେବେ ମୋତେ ସେଠାରେ ନିର୍ଯାତନା ଦିଆଯିବ କାରଣ ମୁଁ ଜଣେ ପାକିସ୍ତାନୀ ମୂଳ ମୁସଲମାନ। ଗତ ମାସରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ତାହୱୁର ରାଣାକୁ ଭାରତକୁ ହସ୍ତାନ୍ତର କରିବାକୁ ଆମେରିକା ଅନୁମୋଦନ କରିଛି। ଯେତେବେଳେ ଟ୍ରମ୍ପ ଏହି ଘୋଷଣା କରିଥିଲେ ସେତେବେଳେ ପିଏମ ମୋଦୀ ଆମେରିକା ଗସ୍ତରେ ଥିଲେ।