Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇତିହାସର ଆଇନାରେ ୭୭ ବର୍ଷରେ କବରାପାଲି ରାମନବମୀ ଉତ୍ସବ

ସମ୍ବଲପୁର: ଚୈତ୍ର ନବମୀଠାରୁ ସମ୍ବଲପୁର ଜିଲା ଯୁଯୁମୁରା ବ୍ଳକ କବରାପାଲି ଠାରେ ରାମନବମୀ ଉତ୍ସବ ଆରମ୍ଭ ହୋଇଛି। ୧୯୪୮ମସିହାରୁ ଗାଁରେ ଶ୍ରୀରାମ ମନ୍ଦିର । ପ୍ରତିଷ୍ଠା ହେବା ଦିନଠାରୁ ଦୀର୍ଘ ୭୬ବର୍ଷ ହେବ ରାମନବମୀ ରୀତିନୀତିରେ ଆୟୋଜିତ ହୋଇଆସୁଛି। ରାମନବମୀ ସକାଳେ ଗାଁର ମହିଳାମାନେ ପୂର୍ଣ୍ଣ କଳସ ଶୋଭାଯାତ୍ରାରେ ଆଣିବା ମଣ୍ଡପରେ ସ୍ଥାପନ କରାଯାଇଥିଲା।
ଏହାପରେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଲକ୍ଷ୍ମଣଙ୍କ ପ୍ରତିମାକୁ ରାମ ମନ୍ଦିରରୁ ମଣ୍ଡପକୁ ଅଣାଯାଇ ସ୍ଥାପନ କରାଯାଇଥିଲା। ଦୀର୍ଘ ୧୧ ଦିନ ଧରି ମହାପ୍ରଭୁ ମନ୍ଦିର ବାହାର ମଣ୍ଡପରେ ରହି ଭକ୍ତମାନଙ୍କୁ ଦର୍ଶନ ଦେବାର ପରମ୍ପରା ଗାଁରେ ରହିଆସିଛି। ଏହି ସମୟରେ ମଣ୍ଡପରେ ପ୍ରତିଦିନ ରାମାୟଣ ପାଠ ସହିତ ସନ୍ଧ୍ୟାରେ ରାମଲୀଳା ନାଟକ ଆୟୋଜନ କରାଯାଇଥାଏ।
ଆସନ୍ତା ୧୬ତାରିଖରେ ମଣ୍ଡପରୁ ରାମ, ଲକ୍ଷ୍ମଣ, କବରାପାଲିର ସୁସଜ୍ଜିତ ରାମ ମନ୍ଦିର। ସୀତା ମନ୍ଦିର ପ୍ରତ୍ୟାବର୍ତନ କରିବେ। ରାମ ନବମୀ ଉତ୍ସବ ପାଇଁ ଏଗାର ଦିନ ଧରି କବରାପାଲି ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଦିନସାରା ମଣ୍ଡପରେ ରାମାୟଣ ପାଠ ହୋଇଥାଏ। ପଣ୍ଡିତ ଅଶ୍ବିନୀ ବିଶ୍ଵାଳ ପୁରାଣ ପାଠର ସନ୍ଧ୍ୟାରେ ନେତୃତ୍ବ ନେଉଥିବା ବେଳେ ସନ୍ତୋଷମିଶ୍ର ପୂଜା କାର୍ଯ୍ୟକ୍ରମରେ ପୌରୋହିତ୍ୟ କରୁଛନ୍ତି। ପ୍ରତିଦିନ ମହାଆଳତୀ ଓ ଶେଷଦିନରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେବ। ଏହି ଦିନମାନଙ୍କରେ
ଗାଁରେ ଆମିଷ ଭକ୍ଷଣ ସହିତ ନିଶା ଦ୍ରବ୍ୟସେବନ ବନ୍ଦ ରହିଥାଏ। ରାମଲୀଲା ନାଟକରେ ଗାଁର ଯୁବକମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ବେଳେ ସାଜସଜ୍ଜାଠାରୁ ରାମଲୀଲା ନାଟକର ସମସ୍ତ କାମ ଗାଁର ଯୁବକମାନେ ଉତ୍ସାହର ସହ କରିଥାନ୍ତି। ରାମନବମୀ କମିଟି ସଭାପତି ମହିମା ପ୍ରସାଦ ବଢାଇ, କ୍ଷୀରୋଦ ସାହୁ, ମନୋଜ କୁମାର ପଧାନ, ରଞ୍ଜିତ ପଧାନ, ସଞ୍ଜୟ କୁମାର ପଧାନ, ଶରତ ସାହୁ, ଅଶ୍ୱିନୀ ବଢାଇ, ମନୋଜ ବଢ଼ାଇ, ସନ୍ଦିପ ସାହୁ ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଗ୍ରାମର ଆବଳ ବୃଦ୍ଧ ବନିତା ରାମନବମୀ ଆୟୋଜନରେ ନିଜକୁ ସାମିଲ କରି କବରାପାଲି ଗାଁ ଟେକକୁ ମଜଭୁତ କରିବାକୁ ଅଣ୍ଟା ଭିଡି ବିଭିନ୍ନ ଭୂମିକା ଗ୍ରହଣ କରୁଛନ୍ତି ।