୭ ରୋଗୀଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ନକଲି ଡାକ୍ତର ଗିରଫ । ପ୍ରୟାଗରାଜରୁ ଫର୍ଜି ଡାକ୍ତର ନରେନ୍ଦ୍ର ବିକ୍ରମାଦତ୍ୟ ଯାଦବଙ୍କୁ ବାନ୍ଧିଲା ଉତ୍ତର ପ୍ରଦେଶ ପୋଲିସ । ନିଜକୁ ୟୁକେ କାର୍ଡିଓଲଜିଷ୍ଟି ଡାକ୍ତର ଏନ୍ ଜନ୍ କ୍ୟାମ୍ କହି ଦମୋହ ଏକ ଜିଲ୍ଲାର ମିଶନାରୀ ହସ୍ପିଟାଲରେ ଚାକିରି କରୁଥିଲେ । ଦୁଇ ମାସର ସ୍ବଳ୍ପ ଚାକିରି ଭିତରେ ନକଲି ଡାକ୍ତର ୭୦ଜଣ ରୋଗୀଙ୍କୁ ଚେକ୍-ଅପ୍ କରିବା ସହିତ ୧୩ଜଣଙ୍କ ସର୍ଜରୀ କରିଥିଲେ ।
ଏଥିରୁ ୭ଜଣଙ୍କ ମୃତ୍ୟୁ ହୋଇଛି । ପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ନକଲି ଡାକ୍ତର ବିଳାସପୁର ମଧ୍ୟ ଚାକିରି କରୁଥିଲେ । ୨୦୦୬ରେ ଛତିଶଗଡ଼ର ଏକ ଘରୋଇ ହସ୍ପିଟାଲରେ ଚାକିରି କରୁଥିବାବେଳେ ରାଜ୍ୟର ପ୍ରଥମ ବିଧାନସଭା ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଶୁକ୍ଲାଙ୍କ ଅପରେସନ କରିଥିଲେ । ଏହା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।