Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୮ ଦିନିଆ ରିମାଣ୍ଡରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣା

ନୂଆଦିଲ୍ଲୀ: ଏନଆଇଏର ଏକ ୭ ଜଣିଆ ଦଳ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଆମେରିକାରୁ ଦିଲ୍ଲୀ ଆଣିଛି। ସୂତ୍ର ଅନୁଯାୟୀ, ୨୬/୧୧ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ମାମଲା ଫାଇଲ୍ ଏବଂ ଟ୍ରାଏଲ୍ କୋର୍ଟର ଡକ୍ୟୁମେଣ୍ଟ୍ ଏବେ ଦିଲ୍ଲୀର ସ୍ୱତନ୍ତ୍ର NIA କୋର୍ଟରେ ପହଞ୍ଚିଛି।

ତେବେ ପ୍ରଥମ ଦିନର ପଚରାଉଚରାର ଅଧିକାଂଶ ପ୍ରଶ୍ନ ତାଙ୍କ ପରିବାର ସହ ଜଡିତ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ଅର୍ଥାତ୍ ତାଙ୍କ ବିଷୟରେ ଅଧିକ ସୂଚନା ବାହାର କରିବାକୁ ଚେଷ୍ଟା କରିବ NIA।ରାଣାଙ୍କୁ ୧୮ ଦିନ ପାଇଁ NIA ହେପାଜତକୁ ପଠାଯାଇଛି। ଏହି ୧୮ ଦିନ ମଧ୍ୟରେ ୨୬/୧୧ ଆକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ଡିକୋଡ୍ କରାଯିବ, ତାଙ୍କ ଭୂମିକା ବିଷୟରେ ପ୍ରଶ୍ନ ପଚରାଯିବ ଏବଂ ପାକିସ୍ତାନ କନେକ୍ସନ ନେଇ ପ୍ରମାଣ ମଧ୍ୟ ସଂଗ୍ରହ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ