ଭୁବନେଶ୍ବର: ବିଶ୍ବର ଅନ୍ୟତମ ଧନୀ ଶିଳ୍ପପତି ବିଲ୍ ଗେଟ୍ସଙ୍କୁ ନେଇ ବଡ଼ ଖବର । ଯାହା ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁଣିବାକୁ ମିଳୁଛି ବିଲ୍ ନିଜ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରିଦେଇଛନ୍ତି । ଏହାସହ ନିଜ ସନ୍ତାନଙ୍କୁ ସମ୍ପତ୍ତିରୁ ମାତ୍ର ଏକ ପ୍ରତିଶତ ଦେଇଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ପୂରା ସତ । ଏହି ଏକ ପ୍ରତିଶତ ସମ୍ପତ୍ତି ତାଙ୍କ ୩ ପୁଅ ଓ ଝିଅଙ୍କ ମଧ୍ୟରେ ଭାଗ ହେବ । ନିକଟରେ ଏକ ପଡକାଷ୍ଟରେ ଏହି କଥା ପ୍ରକାଶ କରିଛନ୍ତି ବିଲ୍ ଗେଟସ୍ ।
୧୩ ଲକ୍ଷ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ବିଲ୍ ଗେଟସ୍ । ନିଜ ସମ୍ପତ୍ତିର ୯୯ % ଦାନ କରିଥିବା ବେଳେ ଏହାର ୧ % ପିଲାଙ୍କୁ ଦେବେ ବିଲ୍ । ବଂଶ ପରମ୍ପରା ଚଳାଇବା ସପକ୍ଷରେ ନୁହଁନ୍ତି ବିଲ୍ । ଏନେଇ ବିଲ୍ କହିଛନ୍ତି, ନିଜ ପରିଚୟ ନିଜେ ବନାଇବା ଜରୁରୀ । ଶିକ୍ଷା, ସଂସ୍କାର ମିଳିଛି । ତେଣୁ ଆଗାମୀ ପିଢ଼ି ନିଜ ପରିଚୟ ନିଜେ ବନାଇବା ଉଚିତ୍ । ପିଲାଙ୍କୁ ନିର୍ଭରଶୀଳ କରି ରଖିବା ଅନୁଚିତ୍ । ସମ୍ପତ୍ତିର ଉତ୍ତରାଧିକାରୀ ଆବଶ୍ୟକତା ନାହିଁ ।