Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ଶିଶୁଙ୍କ ସମେତ ୬ ମୃତ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ହଡସନ ନଦୀରେ ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଛି ଲୋକ ହେଲିକପ୍ଟରର ଖଣ୍ଡଗୁଡ଼ିକ ଆକାଶରେ ଉଡୁଥିବାର ଦେଖିଥିଲେ।

ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୩:୧୫ ସମୟରେ ଏକ ବେଲ୍ ୨୦୬ ହେଲିକପ୍ଟର ମାନହାଟନର ସହରସ୍ଥିତ ହେଲିପୋର୍ଟରୁ ଉଡ଼ାଣ ଭରିବା ପରରେ ଦୁର୍ଘଟଣା ଘଟିଥିଲା। ତେବେ ଏହା ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଉପର ଦେଇ ନ୍ୟୁ ଜର୍ସି ଅଭିମୁଖେ ଯିବାର ଥିଲା। ଏହି ହେଲିକପ୍ଟରରେ ଏକ ସ୍ପାନିସ୍ ପରିବାରର ପାଞ୍ଚ ଜଣ ସଦସ୍ୟ ଏବଂ ଜଣେ ପାଇଲଟ୍ ଥିଲେ।ରିପୋର୍ଟ ଅନୁଯାୟୀ, ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ପ୍ରତ୍ୟକ୍ଷଦର୍ଶୀମାନେ ହେଲିକପ୍ଟରଟି ଦୋହଲିଥିବାର ଦେଖିଥିଲେ ଏବଂ କିଛି ସେକେଣ୍ଡ ପରେ ଏହା ଦ୍ରୁତ ଗତିରେ ଘୂରି ବୁଲିବା ସହ ସିଧା ହଡସନ ନଦୀରେ ପଡ଼ିଥିଲା।

ଦୁର୍ଘଟଣା ପରେ ଜରୁରୀକାଳୀନ ଦଳଗୁଡ଼ିକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଛଅ ଜଣଙ୍କ ମୃତଦେହ ନଦୀରୁ ବାହାର କରାଯାଇଥିଲା। ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ପୀଡିତଙ୍କ ମଧ୍ୟରେ ତିନି ଜଣ ଶିଶୁ ସାମିଲ ଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ