କେନ୍ଦୁଝର: ରାକ୍ଷସ ପାଲଟି ଗଲା ପୁତୁରା । ଦାଦାକୁ ହାଣି ହତ୍ୟା କଲା । ଏତିକିରେ ମନର କ୍ରୋଧ ଶାନ୍ତ ହେଲାନି । ମାତ ଦାଦାଙ୍କ ମୁଣ୍ଡକୁ ଶରୀରୁ କରିଦେଲା ଅଲଗା । ଏହାପରେ କଟା ମୁଣ୍ଡ ଧରି ପହଞ୍ଚି ଗଲା ଥାନାରେ । ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତଳ କଇଁସାରି ଗାଁରେ । ମୃତକ ହେଲେ ହରି ଦେହୁରୀ । ପୁତୁରା କବି ଦେହୁରୀ ତାଙ୍କୁ ହତ୍ୟା କରିବା ପରେ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିବା ସହ ଆତ୍ମସମର୍ପଣ କରିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । କବି ଓ ହରିଙ୍କ ମଧ୍ୟରେ ବିବାଦ ଥିଲା । ଗତକାଲି କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ କବି ଏକ ଧାରୁଆ ଅସ୍ତ୍ରରେ ନିଜ ଦାଦାକୁ ହାଣି ହତ୍ୟା କରିଥିଲା । ଏହାପରେ ଅଭିଯୁକ୍ତ ଦାଦାର କଟା ମୁଣ୍ଡ ସହ ଶୁଆକାଟୀ ଫାଣ୍ଡିରେ ପହଞ୍ଚିଥିଲା ।
ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଜାରି ରଖିଛି । ହତ୍ୟାର ପ୍ରକୃତ କାରଣ ଜରାପଡ଼ିନି । ଘଟଣା ପ୍ରଘଟ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।