ବାଲିଗୁଡା,ତା, ୧୨/୪,: (ସଞ୍ଜୟ କୁମାର ପାଣିଗ୍ରାହୀ): ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାସ୍ତା ହୋଇଗଲେ ଗାଁ ମାନଙ୍କରେ ସବୁ ସୁବିଧା ପହଁଚିପାରିବ । କିନ୍ତୁ ସରକାର ରାସ୍ତା ନିମନ୍ତେ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଅଧପନ୍ତରିଆ ହୋଇରହୁଛି ରାସ୍ତା । ଯାହାକି ଲୋକେ ରାସ୍ତା ହେବ ଖୁସି ହୋଇଥିବା ବେଳେ ଅଧପନ୍ତରିଆ ହୋଇ ରହିବା କାରଣ ରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିଭଳି ଏକ ରାସ୍ତା ଦେଖିବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର କୁଟିଗୁଡା ଠାରୁ ସୁବର୍ଣ୍ଣଗିରୀ ଅଂଚଳରେ ଦୁଇଟି ପୋଲ ଅଧପନ୍ତରିଆ ହୋଇରହିଛି । ଏହି ପୋଲ ପାଂଚ ବର୍ଷ ପୁର୍ବରୁ କାମ ଆରମ୍ଭ ହୋଇଥିଲା । କିନ୍ତୁ କାମ ସରିନି କାମଟି ଅଧପନ୍ତରିଆ ହୋଇରହିଛି । ଗୋଟିଏ ପୋଲ ସୁବର୍ଣ୍ଣଗିରୀ ସାହି ଛକ ଠାରେ ଥିବା ବେଳେ ଅନ୍ୟଟି କୁଟିଗୁଡା-ସୁବର୍ଣ୍ଣଗିରୀ ମଧ୍ୟରେ ରହିଛି । ଦୁଇଟି ପୋଲ ରାସ୍ତା ମଝିରେ ହେଉଥିଲା ଏଣୁ ଗାଁ ଲୋକଙ୍କୁ ଯିବା ପାଇଁ ପୋଲ କଡରେ ଆପ୍ରୋଚରୋଡ କରାଯାଇଥିଲା l ଯାହାକି ତାହା ଧୋଇହୋଇ ରାସ୍ତା ଅବସ୍ଥାରେ ନାହିଁ । ପୋଲ କଡରେ ଲୁହାଛଡ ପଡିରହିଛି । ଏହି ରାସ୍ତା ଆରପାଖରେ ସାତଗୋଟି ପଂଚାୟତ ରହିଛି, ପାରିଗଡ,ସାର୍ତୁଲ,ପକାରୀ, ରାଣିପାଙ୍ଗା, ପାଲିଙ୍ଗା ସୁବର୍ଣ୍ଣଗିରୀ । ଏହି ସାତଟି ପଂଚାୟତ ର ଅନେକ ଗ୍ରାମଲୋକେ ବର୍ତମାନ ଏହି ରାସ୍ତାଦେଇ ଯାତାୟତ ଭଲରେ କରିପାରୁନାହାନ୍ତି ଓ ଅନେକ ସମୟରେ ଦୁର୍ଘଟଣା ଏବଂ ରାସ୍ତାରୁ ପଡି ଆହାତ ହେଉଛନ୍ତି । ଏହି ପୋଲ ଦୁଇଟି କାମ ଶିଘ୍ର ସାରିବାକୁ ଅଂଚଳବାସି ଦାବି କଲେ ମଧ୍ୟ ଅଂଚଳବାସୀଙ୍କ କଥାକୁ କିଏ ଶୁଣୁନାହାନ୍ତି l ଯାହା ଫଳରେ ଅଂଚଳ ବାସି ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସୁଚନା ଯୋଗ୍ୟ ଯେ ଏହି ଦୁଇଟି ପୋଲ ବାଲିଗୁଡା ପୁର୍ତ ବିଭାଗ ଦ୍ୱାରା କରାଯାଉଥିଲା । ଏଥି ନିମନ୍ତେ ଟେଣ୍ଡର ପକ୍ରିୟା ହୋଇଥିଲା ଦୁଇଟି ପୋଲ ମଧୂରୁ ଗୋଟିଏ ଦୁଇକୋଟି ଅଟକଳ ମୁଲ୍ୟ ଥିବା ବେଳେ ଆଉ ଗୋଟିଏର ଅଟକଳ ମୁଲ୍ୟ ୫କୋଟି ରହିଥିଲା । ଠିକାଦାର କାହିଁକି ଅଧପନ୍ତରିଆ କରି କାମ ଛାଡିଦେଲେ ତାହା ବର୍ତମାନ ପ୍ରଶ୍ନବାଚୀ ଶୃଷ୍ଟି କରିଛି । ଏହି ବାବଦରେ ପୁର୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି ଯେ, ଉକ୍ତ କାମଟି ପିଟିସନ ହୋଇଛି ଏବଂ ପୁର୍ନବାର ଆଉଥରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବ ବୋଲି କହିଛନ୍ତି । କିନ୍ତୁ କେବେ ଟେଣ୍ଡର ହେବ ଓ ଲୋକେ କେବେ ଏହି ପୋଲର ସୁବିଧା ପାଇବେ ତାହା ପ୍ରଶ୍ନବାଚି ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ଏହି ଅଧପନ୍ତରିଆ ପୋଲ ପ୍ରତି ଦୃଷ୍ଟିଦେଇ ପୋଲ କାମ ଟି ଶିଘ୍ର ଆରମ୍ଭ କରି ସାରିବାକୁ ଅଂଚଳ ବାସୀଙ୍କୁ ସୁବିଧା ଦେବାକୁ ଦାବୀ ହେଉଛି ।
ଅଧପନ୍ତରିଆ ଅବସ୍ଥାରେ ରହିଛି ଦୁଇଟି ପୋଲ : ସାତଟି ପଞ୍ଚାୟତ ବାସୀ ହନ୍ତସନ୍ତ : ତୁରନ୍ତ ମରାମତି ପାଇଁ ଦାବୀ
