Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଚର୍ଚ୍ଚାରେ ପରିଣୀତି-ରାଘବ; ନିର୍ବନ୍ଧ ପାଇଁ ଏକାଠି ଗଲେ ଦିଲ୍ଲୀ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା। ଉଭୟଙ୍କୁ ଏକାଠି ଦିଲ୍ଲୀ ଯାଉଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଗୁଜବ ଲାଗି ରହିଛି।

ତେବେ ବିଶେଷ ସୂତ୍ରରୁ ପ୍ରକାଶ ଯେ ପରିଣୀତି ଓ ରାଘବଙ୍କର ଆସନ୍ତା ୧୩ରେ ନିର୍ବନ୍ଧ ହେବାକୁ ଯାଉଛି। ଉଭୟଙ୍କ ନିର୍ବନ୍ଧ ଦିଲ୍ଲୀରେ ଅନୁଷ୍ଠିତ ହେବ। ସେଥିପାଇଁ ଦୁହେଁ ଏକାଠି ଦିଲ୍ଲୀ ଯାଉଥିବା ଜଣାପଡ଼ିଛି। ପରିଣୀତି ଏବଂ ରାଘବ ଆଜି ସକାଳେ ଏକାଠି ଦିଲ୍ଲୀ ଯାଉଥିବା ଦେଖିବାକୁ ମିଳିଥିଲା। ଉଭୟ ସମାନ ଗାଡିରେ ବିମାନବନ୍ଦରରେ ପହଞ୍ଚିଥିଲେ। ଦୁହେଁ ଏକାଠି ବିମାନବନ୍ଦରରେ ପ୍ରବେଶ କରିଥିଲେ।

ତେବେ ଦିଲ୍ଲୀରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଉତ୍ସବରେ ପ୍ରାୟ ୧୫୦ ବନ୍ଧୁ ଓ ନିକଟତମ ସଂପର୍କୀୟ ଯୋଗ ଦେବେ ବୋଲି ସୂଚନା ମିଳିଛି। ସେମାନଙ୍କ ପାଇଁ ସେଣ୍ଟ୍ରାଲ୍ ଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ବନ୍ଦୋବସ୍ତ ହୋଇଛି । ତେବେ ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବିବାହ ହୋଇପାରେ ବୋଲି ଅନୁମାନ କରାଯାଉଛି ।


ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ