ଆୟୁଷ୍ମାନ ଭାରତରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଁଏ କାର୍ଡ ମିଳିବ । ଦେଶର ୨୯ ହଜାର ସରକାରୀ ଓ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସାର ସୁବିଧା ପାଇପାରିବେ ।
ଆୟୁଷ୍ମାନ ଯୋଜନା ଏବେ ବିଏସକେୱାଇ ଯୋଜନାର ସ୍ଥାନ ନେବ । ପରିବାର ପିଛା ଆୟୁଷ୍ମାନ ଯୋଜନା ମାଧ୍ୟମରେ ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ । ସେହିପରି ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଚିକିତ୍ସା ସୁବିଧା ମିଳିବ । ତେବେ ଏହି କାର୍ଡ ଆଶା କର୍ମୀ ଘରକୁ ଘର ବୁଲି ବଣ୍ଟନ କରିବେ । ଆସନ୍ତୁ ଜାଣିବା କେଉଁମାନେ ଏହି ଯୋଜନାର ସୁବିଧା ପାଇପାରିବେ ।
୭୦ ବର୍ଷରୁ କମ୍ ବ୍ୟକ୍ତି ବିଶେଷ
-ଯେଉଁମାନେ ପୂର୍ବ ସ୍ବାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ
-ରାସନ କାର୍ଡରେ ଯେଉଁମାନଙ୍କ ନାମ ରହିଥିବ
-ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଅଲଗା ଅଲଗା କାର୍ଡ ଦିଆଯିବ
ଆୟୁଷ୍ମାନ କାର୍ଡ ପାଇଁ ଇ-କେୱାଇସି ବାଧ୍ୟତାମୂଳକ
ଆୟୁଷ୍ମାନ ଯୋଜନାର ସୁବିଧା
-୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା
-ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଚିକିତ୍ସା ସୁବିଧା
-ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷର ଚିକିତ୍ସା ସୁବିଧା
ପ୍ରବାସୀ ଓଡ଼ିଆ ବି ପାଇବେ କାର୍ଡ
-୭୦ବର୍ଷରୁ ଅଧିକ ବୟସ୍କଙ୍କୁ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ ଏବଂ ଏହି ବୟୋବନ୍ଦନା ଯୋଜନା ମାଧ୍ୟମରେ ୧୫ ଲକ୍ଷ ଟଙ୍କା ମିଳିବ
ପ୍ରାଥମିକ ଭାବେ କିଛି ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦେବା ପାଇଁ ନୂଆ କାର୍ଡ ପ୍ରସ୍ତୁତ ହୋଇ ରହିଛି । ଆୟୁଷ୍ମାନ କାର୍ଡରେ ରାଜ୍ୟରେ ସାଢ଼େ ୩ କୋଟି ୪୬ ଲକ୍ଷ ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ । ଉପକୃତ ହେବେ ୧କୋଟି ୩ ଲକ୍ଷରୁ ଅଧିକ ପରିବାର । ରୋଗୀଙ୍କୁ କ୍ୟାସ୍ଲେସ୍ ସୁବିଧା ଦିଆଯିବ ।
BSKY ଯୋଜନାରେ ଲାଭ କଣ ଥିଲା ? ଆୟୁଷ୍ମାନ ଯୋଜନାରେ ତାହା ଅଛି ନା ନାହିଁ ?
ବିଏସ୍କେୱାଇରେ ୯୦୦ରୁ ଅଧିକ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା । ବିଏସ୍କେୱାଇ କାର୍ଡ ମାଧ୍ୟମରେ ୯୬.୫ ଲକ୍ଷ ପରିବାରର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବହନ କରୁଥିଲେ । ଆୟୁଷ୍ମାନରେ ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ‘ଆୟୁଷ୍ମାନ’ରେ ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି। ବିଏସ୍କେୱାଇରେ ଏହି ସମାନ ସୁବିଧା ମିଳୁଥିଲା । ଆୟୁଷ୍ମାନ ଯୋଜନାରେ ୧୯୪୯ଟି ପ୍ୟାକେଜ ସହ ମେଡିକାଲରୁ ଡିସଚାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମେଡିସିନ ସୁବିଧା ରହିଛି । ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ସବୁ ମାଗଣା । କ୍ଲିନିକାଲ ଏବଂ ଲାବୋରେଟୋରୀ ଇନଭେଷ୍ଟିଗେସନ ମଧ୍ୟ ମାଗଣା । ଏଥିରେ ଗୁରୁତର ରୋଗୀଙ୍କୁ ସାମିଲ କରାଯାଇଛି ।
କିପରି କରିବେ ଆବେଦନ?
ପ୍ରଥମେ ଆୟୁଷ୍ମାନ ଭାରତ ପିଏମ୍-ଜେଏୱାଇର ଅଫିସିଆଲ ୱେବ୍ସାଇଟକୁ ଯାଆନ୍ତୁ । ଏହାପରେ ଆପଣଙ୍କର ଆଧାର କିମ୍ବା ରେସନ କାର୍ଡ ଭେରିଫାଏ କରନ୍ତୁ । ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରନ୍ତୁ । ଏହାପରେ ଏକ ସ୍ବତନ୍ତ୍ର ଆୟୁଷ୍ମାନ ଯୋଜନା ଆଇଡି ସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ କରନ୍ତୁ । ଏହା ଏକ ଆପ୍ଲିକେସନ ଭିତ୍ତିକ ସ୍କିମ । ଯେଉଁଥିପାଇଁ ଲୋକଙ୍କୁ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ । ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଏକ ନିର୍ଦ୍ଧିଷ୍ଟ ଲିଙ୍କ୍ ରହିବ। ତେବେ କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ୨୦୧୮ରୁ ଏହି ଯୋଜନାକୁ ଲାଗୁ କରୁନଥିଲେ ପୂର୍ବ ବିଜେଡି ସରକାର । ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଚଳାଇଥିଲେ ସରକାର । ଏବେ ଏହି BSKY ଯୋଜନାର ସ୍ଥାନ ନେବ ଆୟୁଷ୍ମାନ ଯୋଜନା ।