ପଣା ସଂକ୍ରାନ୍ତିରେ ବେଲ ପଣା ଓଡ଼ିଶାର ଘରେ ଘରେ ତିଆରି ହୋଇଥାଏ.
ଉପାଦାନ
୧ ଗୋଟି ପାଚିଲା ବେଲ
୨୫୦ ଗ୍ରାମ ଗୁଡ଼
ଟିକେ ଗୋଲମରିଚ ଗୁଣ୍ଡ
୨୫୦ ଗ୍ରାମ ଦହି
୫୦ ଗ୍ରାମ ଛେନା
୩-୪ଟି ପାଚିଲା କଦଳୀ
ବେଲରୁ ରସ ବାହାର କରି ତାକୁ ଦହି, ଗୁଡ଼, ଛେନା କଦଳୀ ଆଦି ସେଥିରେ ଚକଟି ଏହା ତିଆରି କରାଯାଇଥାଏ ।
ଏହା ପଣା ସଙ୍କ୍ରାନ୍ତି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ।