Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତର ମୋଷ୍ଟ ୱାଣ୍ଟେଡ୍ ପଳାତକ ମେହୁଲ ଚୋକସି ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦୀ ତହୱୁର ରାଣା ପରେ ଏବେ ଭାରତର ମୋଷ୍ଟ ୱାଣ୍ଟେଡ୍ ପଳାତକ ମେହୁଲ ଚୋକସି ମଧ୍ୟ ଭାରତ ଆସିବେ। ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ଗିରଫ କରାଯାଇଛି। ମେହୁଲ ଚୋକସି ଭାରତରୁ ପ୍ରାୟ ୬୩୯୧ କିଲୋମିଟର ଦୂର ବେଲଜିୟମରେ ଛପି ରହିଥିଲେ।

ବେଲଜିୟମ ପୋଲିସ ନିଜେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଗିରଫ କରିଛି। ମେହୁଲ ଚୋକସି ପିଏନବି ଠକେଇ ସହ ଜଡିତ ଏକ ବଡ଼ ଆର୍ଥିକ ଠକେଇର ଅଭିଯୁକ୍ତ। ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ କରିଥିଲେ ଏବଂ ଗିରଫଦାରୀ ଏଡାଇବା ପାଇଁ ସେ ଭାରତରୁ ବେଲଜିୟମ ପଳାଇଥିଲେ।

ସେ ଭାରତୀୟ ପ୍ରଶାସନ ଠାରୁ ଲୁଚି ଆସୁଥିଲେ। କେତେବେଳେ ସେ ଆଣ୍ଟିଗୁଆ ଯାଉଥିଲେ ତ କେତେବେଳେ ଡୋମିନିକାରେ ଲୁଚି ରହୁଥିଲେ। ଏହା ପରେ ସେ ଚିକିତ୍ସା ପାଇଁ ବେଲଜିୟମରେ ଥିଲେ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ମେହୁଲଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ୍ । କିନ୍ତୁ ଏବେ ବହୁତ ଶୀଘ୍ର ତାଙ୍କୁ ଭାରତ ଅଣାଯିବ ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ