Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଗଣ ଧାରଣା ଓ ଭିକ୍ଷୋଭ ପ୍ରଦର୍ଶନ

ଝାରସୁଗୁଡ଼ା ୧୫/୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା କେନ୍ଦୁପତ୍ର ଡିଏଫଓ ଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଆଜି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଝାରସୁଗୁଡା ଡିଭିଜନ କମିଟି ପକ୍ଷରୁ ବିଭିନ୍ନ ଦାବି କୁ ନେଇ ଗଣ ଧାରଣା ଓ ଭିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା ।
ସେମାନେଙ୍କ ମୁଖ୍ୟ ଦାବି ଗୁଡିକ ମଧ୍ୟରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ବଜେଟ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟି ଦେବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟା ବିବାହ ସହାୟତା ପ୍ରଦାନରେ ବିଳମ୍ୱ ଓ ଅବହେଳା କରୁଥିବା, ଗତ ଜୁଲାଇ ମାସରୁ ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇବା ସତ୍ବେ ଦୀର୍ଘ ୯ ମାସ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ସିଜିନାଲ କର୍ମଚାରୀଙ୍କ ମାସିକ ମଜୁରୀ ବୃଦ୍ଧି ହୋଇ ନ ଥିବା ଏବଂ ବନ୍ଧେଇ ଶ୍ରମିକ ମାନଙ୍କର ପିସ୍ ରେଟ୍ ବୃଦ୍ଧି ହୋଇନଥିବା ଏବଂ ବିଶେଷ ଭାବରେ ସଂଘର ବହୁ ଦିନର (KLDB) ଗଠନ ଦାବୀ ସରକାର ପୁନର୍ଗଠନ କରିଥିଲେ ମଧ୍ୟ ତୃଟି ପୂର୍ଣ୍ଣ ଭାବରେ ଏହା ଗଠନ କରା ଯାଇଥିବା, ଅନ୍ୟାନ୍ୟ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା ପ୍ରଦାନରେ ଅହେତୁକ ବିଳମ୍ୱ, ସାଧାରଣ ନିର୍ବାଚନୀ ଇସ୍ତାହାରରେ କେନ୍ଦୁପତ୍ର କେରି ପ୍ରତି ଦର ବୃଦ୍ଧି କରିବା ପାଇଁ ଘୋଷଣା କରିଥିବା ସତ୍ବେ ସୁ ବର୍ତ୍ତମାନ ସୁଦ୍ଧା ବର୍ଦ୍ଧିତ ଦର ପ୍ରଦାନ ନ କରିବା ଆଦି ବିଭିନ୍ନ ଦାବୀ ଗୁଡ଼ିକ ରହିଛି । ଏହି ଅବସରରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମହାନ୍ତି ଉଦବୋଧନ ଦେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଉପରୋକ୍ତ ଦାବୀ ଗୁଡ଼ିକ ଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଗାମୀ ଦିନରେ ଯଦି ସରକାର ଅବହେଳା ପ୍ରଦର୍ଶନ କରନ୍ତି ତାହେଲେ କେନ୍ଦୁପତ୍ର ତୋଳାଳୀ ଏବଂ ଶ୍ରମିକ ସଙ୍ଘ ନିଜ ନ୍ୟାର୍ୟ୍ଯ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସେ ସତର୍କ ବାଣୀ ଶୁଣାଇଥିଲେ ।
ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବୀପତ୍ର ଜିଲ୍ଲା କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରିବା ସହିତ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପି.ସି.ସି.ଏଫ୍ ଙ୍କୁ ମଧ୍ୟ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଘ ପକ୍ଷରୁ ଦାବିପତ୍ର ଦିଆ ଯାଇଥିଲା ।
ଆଜିର ଗଣ ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ଉପ ସଭାପତି ଗୋକୁଳ ମେହେର, ରାଜ୍ୟର ସାଂଗଠାନିକ ସମ୍ପାଦକ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜ।, ରାଜ୍ୟ କୋଷାଧ୍ୟକ୍ଷ କ୍ଷେତ୍ର ଚନ୍ଦ୍ର ବାରିକ, ଡିଭିଜନ ସମ୍ପାଦକ ପ୍ରଦୀପ ସାହୁ , ଯୁଗ୍ମ ସମ୍ପାଦକ ଅଶୋକ ମାଝୀ, ସୁମିତ୍ ପଟେଲ, ଚୁମନ୍ ପ୍ରଧାନ, ଚିତ୍ରସେନ ନାୟକ ଏବଂ କେନ୍ଦୁପତ୍ର ତୋଳାଳୀ ପ୍ରତିନିଧି ମମତା ଖଡିଆ, ମନ୍ଦାକିନୀ ଭୋଇ, ରିଙ୍କି ରୋହିଦାସ, ମିନା ଧରୁଆ ପ୍ରମୁଖ ଗଣ ଧାରଣା ସଭାରେ ବକ୍ତବ୍ୟ ରଖିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ