Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନ୍ୟାସନାଲ ହେରାଲ୍ଡ ମାମଲା; ଇଡି ଅଫିସ ଘେରିବ କଂଗ୍ରେସ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏପ୍ରିଲ ୯ ତାରିଖରେ ସ୍ୱତନ୍ତ୍ର କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସୁମନ ଦୁବେ ଏବଂ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ନାମ ରହିଛି। ମନି ଲଣ୍ଡରିଂ ନିବାରଣ ଆଇନ (PMLA)ର ଧାରା 3 (ମନି ଲଣ୍ଡରିଂ) ଏବଂ 4 (ଦଣ୍ଡ) ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଛି।

ଏହାକୁ ନେଇ କଂଗ୍ରେସ ଇଡି ବିରୋଧରେ ମୋର୍ଚ୍ଚା ଖୋଲିଛି। ଯାହା ଫଳରେ ଦଳ ପକ୍ଷରୁ ଆଜି ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରଯାଇଛି। ଏପରିକି କଂଗ୍ରେସ ଇଡି ଅଫିସ ଘେରାଓ କରିବ ବୋଲି ଜଣାପଡିଛି।

ନ୍ୟାସନାଲ ହେରାଲ୍ଡ ମାମଲା ଉପରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ହର୍ଷବର୍ଦ୍ଧନ ସପକାଲ କହିଛନ୍ତି, “ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ଧମକାଇ ଚୁପ୍ କରିବାକୁ ଚେଷ୍ଟା କରାଯାଉଛି କିନ୍ତୁ ରାହୁଲ ଗାନ୍ଧୀ ଏବଂ ଗାନ୍ଧୀ ପରିବାର କାହାକୁ ଭୟ କରିବେ ନାହିଁ। “କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ନ୍ୟାସନାଲ ହେରାଲ୍ଡର ସମ୍ପତ୍ତି ଜବତ କରିବାର କାର୍ଯ୍ୟକୁ ଏକଛତ୍ରବାଦ ଏବଂ ପ୍ରତିଶୋଧର ରାଜନୀତି ବୋଲି କହିଛି।

ସେହିପରି କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି, ‘ଏହା କେବଳ ଏକ ଆଇନଗତ ପ୍ରକ୍ରିୟା ନୁହେଁ ବରଂ ଗଣତାନ୍ତ୍ରିକ ବିରୋଧୀଙ୍କୁ ଚୁପ୍ କରିବା ପାଇଁ ସରକାରଙ୍କ ଦ୍ୱାରା ଏକ ସଂଗଠିତ ଷଡ଼ଯନ୍ତ୍ର।’

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ