Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ; ଆହୁରି ବଢିପାରେ ତାତି

ଭୁବନେଶ୍ବର: ଅସହ୍ୟ ଗରମକୁ ଅସମ୍ଭାଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟ। ଆଗକୁ ଆହୁରି ବଢିପାରେ ତାତି। ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଅସହ୍ୟ ଗରମ ଅନୁଭୂତ ହେଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ଗୁଳୁଗୁଳି ଜାରି ରହିବ ବୋଲି ଆକଳନ କରିଛି। ଗତକାଲି ବୌଦ୍ଧ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୨ ଡିଗ୍ରୀ ଟପିଥିଲା । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଉପରେ ରେକର୍ଡ ହୋଇଥିଲା। ସେହିପରି ଝାରସୁଗୁଡ଼ାର ତାପମାତ୍ରା ଥିଲା ୪୨.୪। ବଲାଙ୍ଗିରରେ ୪୧.୭, ତାଳଚେରରେ ୪୧.୬, ସମ୍ବଲପୁରରେ ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ