Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଂଶୁଘାତ ରେ କେନ୍ଦୁପତ୍ର ତୋଲାଳି ମୃତ!

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଣ୍ଢୋଲ ଗ୍ରାମରେ ଜଣେ ଯୁବକଙ୍କ ଅସ୍ୱାଭାବିକ ଭାବେ ମଙ୍ଗଳବାର ମୃତ୍ୟୁ ହୋଇଛି । ମୃତ ଯୁବକ ଉକ୍ତ ଗ୍ରାମର ରଞ୍ଜନ ବାଘ (୩୬) ବୋଲି ଜଣାପଡିଛି । ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ରଞ୍ଜନ କେନ୍ଦୁପତ୍ର ତୋଳିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ମାତ୍ର କେନ୍ଦୁପତ୍ର ସଙ୍ଗ୍ରହ କରି ଘରକୁ ମଧ୍ୟାହ୍ନ ସମୟରେ ଫେରିବା ପରେ ଅସୁସ୍ଥ ଅନୁଭବ କରିବା ସହ ଅଚେତ ହୋଇପଡିଥିଲା । ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଉଲୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ରଞ୍ଜନଙ୍କ ମୃତ୍ୟୁ ଖବର ପାଇ ଉଲୁଣ୍ଡା ଥାନା ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ରଞ୍ଜନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପ୍ରବଳ ଖରା ହେଉଥିବାରୁ ଅଂଶୁଘାତର ଶିକାର ହୋଇଥିବା ପରିବାର ତଥା ଗ୍ରାମବାସୀ କୁହନ୍ତି l ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାଯାଏ l ମୃତ ରଞ୍ଜନ ଯକ୍ଷ୍ମା ରୋଗର ଔଷଧ ସେବନ କରୁଥିବା ଘର ଲୋକ କୁହନ୍ତି l