ଭୋଟ୍‌ ଦେଲେ ଦୀପାଳି, ଟଙ୍କଧର; ୧୧ଟା ସୁଦ୍ଧା ୨୦.୩୮% ମତଦାନ


ଝାରସୁଗୁଡା: ଝାରସୁଗୁଡା ଉପ-ନିର୍ବାଚନ। ଜାରି ରହିଛି ଭୋଟଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ସକାଳ ୯ଟା ସୁଦ୍ଧା ୯.୭୫% ମତଦାନ ହୋଇଥିବା ଜଣାପଡ଼ିଛି। ସେହିପରି ଦିନ ୧୧ଟା ସୁଦ୍ଧା ୨୦.୩୮% ଭୋଟ ଗ୍ରହଣ ହୋଇଥିବା ଜଣାପଡ଼ିଛି। ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି।

ସେପଟେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଭୋଟ ଦେଇଛନ୍ତି। ସରବହାଲରେ ୩୩ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ ଦେଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସକାଳୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି ।

ତେବେ ମତଦାନ ପରେ ଦୀପାଳି ନିଜର ବକ୍ତବ୍ୟରେ କହିଛନ୍ତି, ଝାରସୁଗୁଡାବାସୀ ସଠିକ୍ ପ୍ରାର୍ଥୀ ବାଛିବେ । ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ରହିଲେ ବିପୁଳ ଭୋଟରେ ଜିତିବୁ ବୋଲି କହିଛନ୍ତି ଦୀପାଳି। ଏହାସହିତ ସମସ୍ତ ଝାରସୁଗୁଡାବାସୀଙ୍କୁ ଭୋଟ ପ୍ରକ୍ରିୟାରେ ଭାଗ ନେବାକୁ ଅପିଲ୍ ମଧ୍ୟ କରିଛନ୍ତି।