Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଶାରେ ରଦ୍ଦ ହେଲା ନକଲି ସିମ୍ କାର୍ଡ

ଭୁବନେଶ୍ବର: ଓଡ଼ିଶାରେ ରଦ୍ଦ ହେଲା ନକଲି ସିମ୍। ପ୍ରାୟ ୫୧ ହଜାର ୨୬୦ଟି ନକଲି ସିମ୍ କାର୍ଡ ରଦ୍ଦ କରାଯାଇଛି । ଏହି ନକଲି ସିମ୍‌ କାର୍ଡ କାରବାରରେ ସାମିଲ ଥିବା ବିକ୍ରେତାଙ୍କୁ ବ୍ଲାକ୍‌ ଲିଷ୍ଟ କରିଛି ଟେଲିକମ୍ ବିଭାଗ । ବ୍ଲାକ୍‌ ଲିଷ୍ଟରେ ସାମିଲ ଅଛନ୍ତି ୨,୪୧୭ ସିମ୍ ବିକ୍ରେତା। ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଜାରି କରାଯାଇଛି।

ଏଆଇ ଆଧାରିତ ଫେସିଆଲ ରେକଗନିସନ୍‌ ସଫ୍ଟଓେୟାର୍‌ ବ୍ୟବହାର କରି ନକଲି ସିମର ଚିହ୍ନଟ କରାଯାଇଛି । ତେବେ କିଛି ନକଲି ସିମ୍ ସାଇବର ଅପରାଧରେ ବ୍ୟବହାର ହେଉଥିବା ମଧ୍ୟ ଆଶଙ୍କା କରାଯାଉଛି । ସେଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଇବର କ୍ରାଇମ୍‌ରେ ରୋକ୍‌ ଲାଗିପାରିବ ବୋଲି ଆଶା କରାଯାଉଛି।