Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୋତ୍ସୱାନାରୁ ଭାରତ ଆସିବ ୮ ଚିତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବୋତ୍ସୱାନାରୁ ଦୁଇଟି ପର୍ଯ୍ୟାୟରେ ଆଠଟି ଚିତା ଭାରତକୁ ଅଣାଯିବ, ଯେଉଁଥିରୁ ଚାରିଟି ମେ ସୁଦ୍ଧା ଅଣାଯିବ।

ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଭୋପାଳରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଉପସ୍ଥିତିରେ ପ୍ରୋଜେକ୍ଟ ଚିତାର ସମୀକ୍ଷା ବୈଠକରେ ଯୋଗ ଦେଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଏନଟିସିଏ ଅଧିକାରୀମାନେ କହିଛନ୍ତି ଯେ, “ଦକ୍ଷିଣ ଆଫ୍ରିକା, ବୋତ୍ସୱାନା ଏବଂ କେନିଆରୁ ଭାରତକୁ ଅଧିକ ଚିତା ଆଣିବା ପାଇଁ ପ୍ରୟାସ ଚାଲିଛି। ଦୁଇଟି ପର୍ଯ୍ୟାୟରେ ଆଠଟି ଚିତା ଭାରତକୁ ଅଣାଯିବ। ମେ ମାସ ସୁଦ୍ଧା ବୋତ୍ସୱାନାରୁ ଚାରୋଟି ଚିତା ଭାରତକୁ ଆଣିବାର ଯୋଜନା ଅଛି। ଏହା ପରେ ଆଉ ଚାରୋଟି ଚିତା ଅଣାଯିବ। ବର୍ତ୍ତମାନ ଭାରତ ଏବଂ କେନିଆ ମଧ୍ୟରେ ଏକ ଚୁକ୍ତିନାମା ଚୂଡ଼ାନ୍ତ ହେଉଛି।”ତେବେ ଏପର୍ଯ୍ୟନ୍ତ ଦେଶରେ ଚିତା ପ୍ରକଳ୍ପରେ ୧୧୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଯାହା ମଧ୍ୟରୁ ୬୭ ପ୍ରତିଶତ ଅର୍ଥ ମଧ୍ୟପ୍ରଦେଶରେ ଚିତା ପୁନର୍ବାସ ପାଇଁ ଖର୍ଚ୍ଚ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ