Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜମ୍ମୁ ଓ କାଶ୍ମୀରରେ ଭୁସ୍ଖଳନ; ୩ ମୃତ

ରାମବାନ: ଗତ କିଛି ଦିନ ଧରି ଜମ୍ମୁ ଏବଂ କାଶ୍ମୀରରେ ବର୍ଷା ହେଉଛି। ରବିବାର ସକାଳେ ରାମବାନ ଜିଲ୍ଲାର ସେରି ବାଗନା ଅଞ୍ଚଳରେ ବର୍ଷା ପରେ ଭୁସ୍ଖଳନ ଯୋଗୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ପ୍ରାୟ ୧୦୦ ଜଣଙ୍କୁ ଉଦ୍ଧାର କରିଛି।

ସୂତ୍ର ଅନୁଯାୟୀ, ବର୍ଷା ଯୋଗୁଁ ହଠାତ୍ ବନ୍ୟା ଆସିଥିଲା। ଯାହା ପରେ ଭୁସ୍ଖଳନ ଯୋଗୁ ପାହାଡ଼ରୁ ଖଣ୍ଡ ଖଣ୍ଡ ହୋଇ ପଥର ଖଣ୍ଡ ଗାଁ ଆଡକୁ ଆସି ଅନେକ ଲୋକ ଏବଂ ଘର ଉପରେ ପଡିଥିଲା। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।ଅନ୍ୟପକ୍ଷରେ ରାମବାନ ଜିଲ୍ଲାର ବନିହାଲ ଅଞ୍ଚଳରେ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଏହି କାରଣରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି। ଶହ ଶହ ଯାନବାହନ ଅଟକି ରହିଛି। କିସ୍ତୱାର-ପଦ୍ଦର ରାସ୍ତା ମଧ୍ୟ ବନ୍ଦ ଅଛି। ଏଠାରେ ଯାନବାହାନ ଚଳାଚଳ ବନ୍ଦ କରିଦିଆଯାଇଛି। ପାଗ ସଫା ହେବା ପରେ ହିଁ ରାଜପଥରେ ଯାତ୍ରା କରିବାକୁ ଅଧିକାରୀମାନେ ନିବେଦନ କରିଛନ୍ତି।

ଭୂସ୍ଖଳନର କିଛି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପାହାଡ଼ରୁ ପଥର ଖଣ୍ଡ ପଡୁଥିବାର ଦେଖାଯାଉଛି। କିଛି ଅଞ୍ଚଳରେ ପାହାଡ଼ର ଅଳିଆ ରାସ୍ତା ଏବଂ ଆବାସିକ ଅଞ୍ଚଳରେ ପହଞ୍ଚିଛି। ଏକ ଭିଡିଓରେ ତିନି-ଚାରୋଟି ଟ୍ୟାଙ୍କର୍ ଏବଂ ଅନ୍ୟ କିଛି ଯାନ ସମ୍ପୂର୍ଣ୍ଣ ଭାବରେ ଭୂସ୍ଖଳନ ଯୋଗୁ ପୋତି ହୋଇଥିବା ଦେଖାଯାଉଛି। ଏହା ବ୍ୟତୀତ ହୋଟେଲ ଏବଂ ଘରଗୁଡ଼ିକ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି।