Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ଶିକ୍ଷା ଓ ରେଳ ସଂଯୋଗ କ୍ଷେତ୍ରରେ ଉପେକ୍ଷା ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ କେନ୍ଦ୍ରୀୟ ବିଦ୍ୟାଳୟ ନହେବା ଏଥିପାଇଁ ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପ ସଭାପତି କିଶୋର ହୋତା l ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସିଧା ସଳଖ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କୁ ସେ ଅଙ୍କୁଳି ନିର୍ଦ୍ଦେଶ କରି କହିଛନ୍ତି ଯେ ପୂର୍ବରୁ ବଲାଙ୍ଗୀର ଲୋକ ସଭା ସାଂସଦ ଶ୍ରୀ କଳିକେଶ ନାରାୟଣ ସିଂ ଦେଓ ଥିବାବେଳେ ବୀରମହାରାଜପୁର ଠାରେ ଏକ ସୈନିକ ସ୍କୁଲ ହେଵା କଥା ସେ ଲୋକସଭା ରେ ଉପସ୍ଥାପନ କରିଥିଲେ l ପରବର୍ତ୍ତୀ ସମୟରେ ବର୍ତ୍ତମାନ ର ସାଂସଦ ୨ ଥର କ୍ଷେତ୍ର ପରିଦର୍ଶନ କରିଥିଲେ, ହେଲେ କାହିଁକି ଆଜିଯାଏ ଶୁଭ ଦିଆଗଲା ନାହିଁ ବୋଲି ଶ୍ରୀ ହୋତା ପ୍ରଶ୍ନ କରିଛନ୍ତି l ଗତ ଦୁଇଦିନ ତଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼, ଏବଂ ପାଟଣାଗଡ଼ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଶୁଭ ଉଦଘାଟନ କଲେ l ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ର ଏକ ଅଂଶ ବିଶେଷ ବୀରମହାରାଜପୁର ଉପଖଣ୍ଡ ହୋଇ ଥିବାରୁ ଏଠାରେ ଆଜିଯାଏ କେନ୍ଦ୍ର ସରକାର ଙ୍କ କୌଣସି ଶିକ୍ଷା ପ୍ରତିଷ୍ଠାନ ନାହିଁ l ଗରିବ ମେଧାବୀ ଛାତ୍ର, ଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ପଢିବାରୁ ବଞ୍ଚିତ ହେଉଛନ୍ତି l ଅନ୍ୟ ପକ୍ଷରେ ସମ୍ବଲପୁର ବ୍ରହ୍ମପୁର ଭାୟା ବୀରମହାରାଜପୁର ରେଳ ପ୍ରକଳ୍ପ ର ଦାବୀ ଦୀର୍ଘ ଦିନରୁ ହୋଇ ଆସିଥିଲେ ମଧ୍ୟ ଏହାକୁ ବୁଲାଇ ରେଢ଼ାଖୋଲ ଠାରୁ ବୌଦ୍ଧ ଦେଇ ବ୍ରହ୍ମପୁର କୁ ନେଉଥିବା ରେଳ ଲାଇନ ବିହୀନ ବୀରମହାରାଜପୁର ଉପଖଣ୍ଡ ରେ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଛି l ବଲାଙ୍ଗୀର ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଙ୍କୁ ଭେଟି ଦାବୀ ଜଣାଇ ଥିବା ସ୍ୱେତେ ଅବହେଳା ପ୍ରଦର୍ଶନ କରିଥିବାରୁ, ଖୁବ ଶୀଘ୍ର ଆଉ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଆଜି ପ୍ରକାଶ କରିଥିଲେ l କୃଷି ଓ ପର୍ଯ୍ୟଟନ ର ବିକାଶ ପାଇଁ ରେଳ ସଂଯୋଗ ଜରୁରୀ ବୋଲି ଶ୍ରୀ ହୋତା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ l ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଭବ୍ୟ ମନ୍ଦିର ନିର୍ମାଣ ଓ ବିନିକା ମହାନଦୀ କୂଳ ରେ ଅବସ୍ତିତ ପାପକ୍ଷୟ ଘାଟ ର ଉନ୍ନତି ପାଇଁ ପୂର୍ବ ନବୀନ ସରକାର ଯଥାକ୍ରମେ ୨୮ କୋଟି ଏବଂ ୪0ଲକ୍ଷ ଟଙ୍କା ଅନୁଦାନ ଦେଇଥିବାବେଳେ, କେନ୍ଦ୍ର ର ଶିକ୍ଷା ବିଭାଗ ଓ ରେଳ ବିଭାଗ ବୀରମହାରାଜପୁର ଉପଖଣ୍ଡ କୁ ସମ୍ପୂର୍ଣ୍ଣ ଅବହେଳା କରୁଛନ୍ତି l ଏଥିପାଇଁ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେଡି ଜିଲ୍ଲା ଉପ ସଭାପତି କିଶୋର ହୋତା ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ