Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଷୁଣ୍ଢୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ବୀରମହାରାଜପୁର ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷା ତଥା ବରିଷ୍ଠ ଦୈୱ।ନି ଜଜ୍ ସୁଶ୍ରୀ ସରୋଜିନୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏସଡିଯେଏମ ପୁନମ ଶେଠ୍ ଯୋଗଦେଇ ଭାରତୀୟ ନ୍ୟାୟ ସଙ୍ଘିତାର ବିଭିନ୍ନ ଧାରା ଓ ତାର ଦଣ୍ଡ ବିଧାନ ଉପରେ ଆଲୋଚନା କରିଥିଲେ ।। ଆଇନଜୀବୀ ଚିତ୍ତରଞ୍ଜନ ସେଠୀ ଯୋଗଦେଇ ଆଇନ୍ ସଚେତନତା ଶିବିର ମାଧ୍ୟମରେ ଦାରିଦ୍ର୍ୟ ସିମାରେଖା ତଳେ ଥିବା ଜନ ସାଧାରଣ ଓ ବିଶେଷ ଭାବରେ ମହିଳା କିଭଳି ଭାବରେ ଉପକୃତ ହୋଇପାରିବେ ତା ଉପରେ ଆଲୋକପାତ କରିଥିଲେ ‌। ମୁର୍ଷୁଣ୍ଢୀ ସରପଞ୍ଚ ତଥା ବରିଷ୍ଠ , ଆଇନ୍ ଜୀବି ମନୋଜ ସାହୁ ସଭା ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ ଅରିଥିଲେ l ଏହି ଆଇନ୍ ସଚେତନତା ଶିବିରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟ କର୍ତ୍ତା ସାମିଲ୍ ହୋଇଥିଲେ । ଏହି ସଚେତନତା ଶିବିରରେ ବିଚାର ବିଭାଗୀୟ କର୍ମଚାରୀ ସଞ୍ଜୀବ ବାରିକ, ସୁଜିତ୍ ନାଗ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ