Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମର ପାଲି ରେ ଅମୃତ ଧାରା ପ୍ରକଳ୍ପ ସବୁ ଅଚଳ ଯୋଗୁଁ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଅମରପାଲି ରେ ତିଆରି ହୋଇଛି ୪ ଟି ଅମୃତଧାରା କିନ୍ତୁ ଦୁର୍ଭାଗ୍ୟ ଜନକ ଗୋଟିଏ ହେଲେବିପାନୀୟ ଜଳ ପ୍ରକଳ୍ପ ଲୋକ ଙ୍କ ହିତ ରେ ଲାଗି ପାରୁ ନାହିଁ l ସୂଚନାଯୋଗ୍ୟ ଯେ ୨୦୧୯ ବର୍ଷ ରେ ବୀରମହାରାଜପୁର ପଞ୍ଚାୟତ ସମିତି ପକ୍ଷରୁ ୩ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରି ସରକାର ଅମ୍ବୃତଧାରା ଗୁଡିକ ତିଆରି କରି ଗ୍ରାମବାସୀଙ୍କର ପାଇଁ ପ୍ରକଳ୍ପ ତିଆରି କରିଥିଲେ l ହେଲେ ଲୋକ ଙ୍କର ହିତରେ ଲାଗିବl ପୂର୍ବ ରୁ ନିମ୍ନ ମାନ ର ଯନ୍ତ୍ରାନ୍ସ ଲଗା ଯାଇଥିବା ବେଳେ ଫ୍ରିଜର ଓ ଫିଲଟର ଗୁଡିକ ବର୍ଷେ ନ ପୂରୁଣୁ ସବୁ ଅଚଳ ହୋଇ ପଡିଛି l ଅମରପାଲି ହାଇସ୍କୁଲ କେମ୍ପସ ଭିତରେ ଗୋଟିଏ ଓ ବାହାରେ ଗୋଟିଏ ଅଛି , କିନ୍ତୁ ଏହି ଅମ୍ବୃତଧାରା ଦୁଇଟି ରେ ନୂତନ ଗଭୀର ନଳକୂପ (ବୋରିଙ୍ଗ ) ନ କରି ପାଖରେ ଥିବା ପୁରୁଣା ନଳକୂପ ରେ ଗୋଟିଏ ମଟର ଲଗାଇ ଉଭୟ ଅମୃତଧାରା କୁ ପାଣି ସପ୍ଲାଇ କରି ଠିକାଦାର ଲାଞ୍ଚ ଦେଇ ସବୁ ବିଲ କରି ଖାଇଯାଇଥିବା ଅଭିଯୋଗ ହେଉଛି l ଛଅ ମାସ ଚାଲିଲା ପରେ ପୁଣି ତାହା ଅଚଳ ହୋଇ ପଡିଛି l ଉକ୍ତ ଅମ୍ବୃତଧାରା ସେ ୨ ବର୍ଷ ହେବ ଅଚଳ ହୋଇପଡିଛି l ପାଖରେ ସାପ୍ତାହିକ ବଜାର ବସୁଥିବାରୁ ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି l ଅମରପାଲି ଗାଁ ମୁଣ୍ଡ ରେ ଥିବା ଅମୃତଧାରା ଟି ଚାଲିବା ୬ ମାସ ପରେ ମଧ୍ୟ ତାର ଫ୍ରିଜର ଓ ଫିଲଟର ଅଚଳ ହୋଇ ପଡିଛି l ଗାଁ ଭିତରେ ଥିବା ଅମୃତଧାରା ଟି ମଧ୍ୟ ଅଚଳ ହୋଇ ପଡିଛି l ଉକ୍ତ ଗାଁ ରେ ବିଶୁଦ୍ଧ ପାଣି ମିଳୁ ନ ଥିବାରୁ ଲୋକେ କୀଡୀନି ଆକ୍ରାନ୍ତ ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି l ଏବେ ମଧ୍ୟ ବହୁତ ଲୋକ କୀଡୀନି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତିl ଗାଁ ରେ ଉକ୍ତ ପ୍ରକଳ୍ପ ହେଲା ପରେ ଫିଲଟର ହୋଇ ବାହାରୁ ଥିବା ଥଣ୍ଡା ପାଣି ପାଇବା ର ଆଶା କରିଥିଲା। ମାତ୍ରେ ପ୍ରକଳ୍ପ ସବୁ ବର୍ଷ ବର୍ଷ ହେଲା ଅଚଳ ହୋଇଥିବାରୁ ଲୋକେ ଥଣ୍ଡା ଓ ବିଶୁଦ୍ଧ ପାଣି ପାଇ ପାରୁ ନାହାନ୍ତି। ଫଳରେ ବାଧ୍ୟ ହୋଇ ନଳକୂପ ରୁ ବାହାରି ଥିବା ଫ୍ଲୋରାଇଡ ମିଶା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ତେଣୁ ଗ୍ରାମରେ କିଡନୀ ରୋଗ ବଢ଼ିବାରେ ଲାଗୁଛି। ଗ୍ରାମର ସମସ୍ତ ଅମୃତ ଧାରା ପ୍ରକଳ୍ପ ଅଚଳ ହୋଇଥିବା ନେଇ ବିଭାଗୀୟ ଯନ୍ତ୍ରୀ ମଞ୍ଜୁଲତା ଗୌଡ଼ ଙ୍କୁ ଫୋନ କଲେ ଫୋନ ରିଷିଭ କରୁନଥିବାରୁ ସୋମବାର ବହଳପଦର ପଞ୍ଚାୟତ ରେ ହେଇଥିବା ଅଭିଯୋଗ ଶୁଣାଣି ଶିବିରରେ ବୀରମହାରାଜପୁର ବି ଡି ଓ ଙ୍କୁ ଅଭିଯୋଗ କରାହୋଇଥିବା କହିଛନ୍ତି ଗାଁ ଲୋକେ l ତେଣୁ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ପ୍ରକଳ୍ପ ଗୁଡିକ ମରାମତି କରାଇବା ପାଇଁ ଗାଁ ଲୋକେ ଅଭିଯୋଗ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ