Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହଲଗାମ ଆକ୍ରମଣ; ଆତଙ୍କବାଦୀଙ୍କ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

ଅନନ୍ତନାଗ: ଅନନ୍ତନାଗ ପୋଲିସ ବୁଧବାର ଦିନ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଚିହ୍ନଟ ପାଇଁ ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ପୋଲିସ କହିଛି ଯେ, “ଏହି କାପୁରୁଷ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କୁ ସମ୍ପର୍କରେ ଯେକୌଣସି ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ।

“ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଦକ୍ଷିଣ କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପଛରେ ଥିବା ଆତଙ୍କବାଦୀଙ୍କ ସ୍କେଚ୍ ଏବଂ ଫଟୋଗ୍ରାଫ୍ ଜାରି କରିଥିଲେ। ତିନି ଜଣ ଆତଙ୍କବାଦୀଙ୍କୁ ଆସିଫ୍ ଫୁଜି, ସୁଲେମାନ ଶାହ ଏବଂ ଆବୁ ତଲହା ଭାବରେ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଆକ୍ରମଣରେ ତିନିରୁ ଚାରି ଜଣ ଆତଙ୍କବାଦୀ ସାମିଲ ଥିଲେ ଏବଂ ସେମାନେ ପହଲଗାମର ଲୋକପ୍ରିୟ ବୈସାରଣ ଗ୍ରାଉଣ୍ଡରେ ଅତି କମରେ 20 ମିନିଟ୍ ପର୍ଯ୍ୟନ୍ତ AK-47 ସହିତ ଲଗାତାର ଗୁଳି ଚଳାଇଥିଲେ।

ଆକ୍ରମଣକାରୀମାନେ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା (LeT)ର ଏକ ଶାଖା ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ ବୋଲି ଜଣାପଡ଼ିଛି। ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବୈସାରଣ ଅଞ୍ଚଳରେ ମଙ୍ଗଳବାର ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଆକ୍ରମଣକାରୀମାନେ ବିଶେଷ ଭାବରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଏବଂ ୨୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଏହି ଘଟଣାର ନିଷ୍ଠୁରତା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଛି।

ରିପୋର୍ଟରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ନିର୍ମମତାର ସମସ୍ତ ସୀମା ଅତିକ୍ରମ କରି ପୀଡିତମାନଙ୍କୁ ସେମାନଙ୍କ ଧର୍ମ ବିଷୟରେ ପ୍ରଶ୍ନ କରିଥିଲେ, କିଛି ଲୋକଙ୍କୁ କଲମା ପାଠ କରିବାକୁ ବାଧ୍ୟ କରିଥିଲେ ଏବଂ ଅନ୍ୟମାନଙ୍କ ପୋଷାକ କାଢ଼ି ଅପମାନିତ କରିଥିଲେ। କିଛି ମୁହୂର୍ତ୍ତ ମଧ୍ୟରେ ସେମାନେ ଅନେକ ଜୀବନ ନଷ୍ଟ କରିଦେଲେ। ଯାହା ଫଳରେ ଅନେକ ମହିଳା ବିଧବା ଏବଂ ପିଲାମାନଙ୍କୁ ଅନାଥ କରିଦେଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ