Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହଲଗାମ ଆତଙ୍କବାଦୀ ଆକ୍ରମଣ; ଦୃଢ଼ ନିନ୍ଦା କଲା କ୍ରିକେଟ ଜଗତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ କାପୁରୁଷୋଚିତ କାର୍ଯ୍ୟକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଯେଉଁଥିରେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ପଚାରି ଟାର୍ଗେଟ କରାଯାଇଥିଲା।

ସଚିନ ତେନ୍ଦୁଲକର, ନୀରଜ ଚୋପ୍ରା, ପିଭି ସିନ୍ଧୁ, ବିରାଟ କୋହଲିଙ୍କ ସମେତ ଅନେକ କ୍ରୀଡା ମହାରଥୀ ଆତଙ୍କବାଦୀ ଆକ୍ରମଣରେ ଶୋକ ପ୍ରକାଶ କରିଛନ୍ତି। ସେହିପରି ମହମ୍ମଦ ସିରାଜ ଏକ ଅତ୍ୟନ୍ତ ଭାବପ୍ରବଣ ପୋଷ୍ଟରେ ଲେଖିଛନ୍ତି ଯେ ଧର୍ମ ନାମରେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିବା ଆତଙ୍କବାଦୀମାନଙ୍କୁ ଦଣ୍ଡ ଦିଆଯିବ।

ମଙ୍ଗଳବାର ଦିନ ଦକ୍ଷିଣ କାଶ୍ମୀରର ପହଲଗାମର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଜସପ୍ରିତ ବୁମରାହ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ଅନ୍ୟ ଶ୍ରେଷ୍ଠ ଖେଳାଳିମାନେ ମଧ୍ୟ ଦୃଢ଼ ନିନ୍ଦା କରିଥିଲେ। ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ଭାବପ୍ରବଣ ବାର୍ତ୍ତା ପୋଷ୍ଟ କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି।

ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବୈସାରଣ ଅଞ୍ଚଳରେ ମଙ୍ଗଳବାର ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଆକ୍ରମଣକାରୀମାନେ ବିଶେଷ ଭାବରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଏବଂ ୨୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଏହି ଘଟଣାର ନିଷ୍ଠୁରତା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ