ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ମୁର୍ଷୁଣ୍ଢୀ ଠାରେ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ କାଳିଆ କର୍ମୀ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପ୍ରଧାନ ଶିକ୍ଷକଙ୍କ ସହିତ ସଚ୍ଚିଦାନନ୍ଦ ବେରିହା , ଜଗନ୍ନାଥ ମେହେର , ସୁଧୀର ରଞ୍ଜନ ପଧାନ , ଅନିତା ମହାକୁର, ମିତା ପଧାନ , ଶ୍ରୀକାନ୍ତ ନାଏକ , ମିତ୍ରବିନ୍ଦା ପଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମଞ୍ଚାସୀନ ଥିଲେ । ଧରିତ୍ରୀ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଡ୍ରଇଂ ଏବଂ କୁଇଜ଼ ପ୍ରତିଯୋଗିତା କରାଯାଇଥିଲା । ଡ୍ରଇଂ ପ୍ରତିଯୋଗିତାରେ ନମ୍ରତା କ୍ଷେତି , ପାୟଳ ବେହେରା ଏବଂ ଶ୍ରେୟାରାଣୀ ପଧାନ ପୁରସ୍କୃତ ହୋଇଥିଲେ।ନିଳାମ୍ବର ମେହେର ସଭା ପରିଚାଳନା କରଥିଲେ ।
ମୁରଶୁଣ୍ଢୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ଧରିତ୍ରୀ ଦିବସ ପାଳିତ
