ବିଜେପି ନେତା ସାନନ୍ଦ ମେହେର ଙ୍କୁ ଗିରଫ ଦାବିରେ ଶୋଭାଯାତ୍ରା ଓ ଥାନା ଘେରାଉ


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ଭାଇ ପ୍ରକାଶ ଲୁହା ଙ୍କ ଠାରୁ ସୁନା ଚେନ, ଟଙ୍କା ଲୁଟ ସହିତ ଜାତିୟାଣ ଆକ୍ଷେପ ମାମଲା ରେ ଅଭିଯୁକ୍ତ ବିଜେପି ନେତା ସାନନ୍ଦ ମେହେର ଙ୍କୁ ଗିରଫ ନ କରି ପୋଲିସ ଘଣ୍ଟ ଘୋଡାଉ ଥିବା ପ୍ରତିବାଦ ରେ ବୀରମହାରାଜପୁର ଥାନା ଘେରାଓ କରିବା ସହ ସାନନ୍ଦ ମେହେର ଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବୀ ରଖିଥିଲେ l ଆଜି ବୀରମହାରାଜପୁର ତହସିଲ ପଡିଆ ଠାରୁ ଏକ ଶୋଭାଯାତ୍ରା ବାହାରି ଥାନା ରେ ପହଞ୍ଚି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରି କିଷନଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ l ଉକ୍ତ ଶୋଭାଯାତ୍ରା ରେ ଜିଲ୍ଲା ବିଜେଡି ଯୁବ ସଭାପତି ଅଶୋକ ନନ୍ଦ, ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ , ଉପସଭାପତି କିଶୋର ହୋତା , ଧୀରେନ୍ଦ୍ର ନାରାୟଣ ପଣ୍ଡା , ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଲକ୍ଷେଘର ଗଣ୍ଡା ସମାଜ ଜିଲ୍ଲା ସଭାପତି ମାଧବ କୁମ୍ଭାର , ବ୍ଲକ ସଭାପତି ରାମ ଚନ୍ଦ୍ର ମହାନନ୍ଦ , ଵିଵସ୍ବତୀ ପଣ୍ଡା , ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଚମ୍ପାମାଲ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ , ବିକାଶ ବିଶି , ବ୍ଲକ ର ସମିତି ସଭ୍ୟ , ସଭ୍ୟା , ସରପଞ୍ଚ , ବିନିକା, ଉଲୁଣ୍ଡା ବ୍ଲକ ସମେତ ହଜାର , ହଜାର ସମର୍ଥକ ଆନ୍ଦୋଳନ ରେ ସାମିଲ ହୋଇଥିଲେ l ସାନନ୍ଦ ମେହେର, କୁଇ ବାହାଲ ର ନିତିନ ଶାଣ୍ଢ ଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ l