ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଚେତନ ନାଗରିକ ମାନଙ୍କ ତରଫରୁ ଏକ ନୀରବ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ରାତି ଆଠଘଣ୍ଟା ସମୟରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆତଙ୍କବାଦୀ ହାମଲା ର ପ୍ରତିବାଦ ସ୍ବରୂପ ସଚେତନ ନାଗରିକ ବୀରମହାରାଜପୁରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ସଙ୍ଗଠନର କାର୍ଯ୍ୟାଳୟ ଠାରୁ ଏକ କେଣ୍ଡଲ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରି ଜଗନ୍ନାଥ ମନ୍ଦିର ରେ ପହଞ୍ଚି ଥିଲା । ସେଠାରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାଙ୍କ ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଶିଷ୍ଟ ସମାଜସେବୀ ଋଷିନାଥ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା , ପୂର୍ବତନ ସରପଂଚ ଶ୍ୟାମସୁନ୍ଦର ପଣ୍ଡା , ବରିଷ୍ଠ ନାଗରିକ ସଙ୍ଗଠନର ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ , ପୂର୍ବତନ ସଭାପତି ଭଗବାନ ମିଶ୍ର , ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡ଼. ଦ୍ବିତୀ କୃଷ୍ଣ ପଣ୍ଡା , ଆତ୍ମାର ପୂର୍ବତନ ଅଧ୍ୟକ୍ଷ ବିବଶ୍ବତି ପଣ୍ଡା , ରବି ନାରାୟଣ ପଣ୍ଡା , ଆଇନ୍ ଜୀବୀ ସୁରେନ୍ଦ୍ର ତ୍ରିପାଠୀ , ମାନଭଞ୍ଜନ ମିଶ୍ର , ବିଜେପି ନେତା ପଦାର୍ଥ ଜଗଦଲା , ରାଧା ଚରଣ ମେହେର , ଅକ୍ଷୟ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ୍ ହୋଇଥିଲେ । ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତଙ୍କବାଦ କାର୍ଯ୍ୟକ୍ରମକୁ ନିନ୍ଦା କରିବା ସହିତ ପାକିସ୍ତାନ କୁ ଉଚିତ୍ ଜବାବ୍ ଦେବା ସମୟ ଆସିଛି ବୋଲି ସମସ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପହଲ ଗାଓ ରେ ଆତଙ୍କବାଦୀ ଆକ୍ରମଣ ରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ ନୀରବ କ୍ଯାଣ୍ଡେଲ ଶୋଭାଯାତ୍ରା
