Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତରେ ରିଲିଜ ହେବନି ପାକ ଅଭିନେତା ଫୱାଦଙ୍କ ‘ଅବୀର ଗୁଲାଲ’

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଫିଲ୍ମ ‘ଅବୀର ଗୁଲାଲ’ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିଥାନ୍ତେ। କିନ୍ତୁ ଏବେ ଫୱାଦ ଖାନଙ୍କ ‘ଅବିର ଗୁଲାଲ’ ଭାରତରେ ମୁକ୍ତିଲାଭ କରିବ ନାହିଁ ବୋଲି ଘୋଷଣା କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହାକୁ ସ୍ପଷ୍ଟ କରିଛନ୍ତି।

ବିଶେଷକରି ସାମ୍ପ୍ରତିକ ଦୁଃଖଦ ଘଟଣାବଳୀକୁ ଦୃଷ୍ଟିରେ ରଖି ଭାରତରେ ‘ଅବୀର ଗୁଲାଲ୍’ର ମୁକ୍ତିଲାଭକୁ ବ୍ୟାନ ନିଷ୍ପତ୍ତି ହୋଇଛି। ଗୋଟିଏ ପଟେ ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦେଶ ଶୋକ ପ୍ରକାଶ କରୁଥିବା ବେଳେ ଅନ୍ୟପଟେ ଫିଲ୍ମରେ ଫୱାଦ ଖାନଙ୍କ ଅଂଶଗ୍ରହଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ପୂର୍ବରୁ ଏହି ଫିଲ୍ମ ମଇ ୯ରେ ଥିଏଟରରେ ରିଲିଜ୍ ପାଇଁ ପ୍ରସ୍ତୁତ ଥିଲା। କାଶ୍ମୀରର ପହଲଗାମରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାଟିକୁ ୨୦୧୯ ମସିହାରେ ପୁଲୱାମା ଆକ୍ରମଣ ପରେ ସବୁଠାରୁ ଭୟଙ୍କର ଘଟଣା ଭାବରେ ବର୍ଣ୍ଣନା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ