ବୀରମହାରାଜପୁର : (ସୌମିତ୍ରି ମେହେର)
ଜାମ୍ମୁ କାଶ୍ମୀରର ପହଲ୍ଗାଓଁ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ବୀରମହାରାଜପୁର ଠାରେ ଶୁକ୍ରବାର ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରା ଯାଇଥିଲା । ଅନୁଷ୍ଠାନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସଦସ୍ୟ ଗୋପୀନାଥ ମହାକୁର , ଭୂଷଣ କୁମାର ପାତ୍ର , ଜ୍ଞାନେନ୍ଦ୍ର ତ୍ରିପାଠୀ , ସନ୍ତୋଷ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ହୋଇ ଆତଙ୍କବାଦୀ ଆକ୍ରମଣ ର ଘୋର ନିନ୍ଦା କରିଥିଲେ । ପରେ ପରେ ସଭାପତି ଙ୍କ ଦ୍ଵାରା ଆଗତ ଶୋକ ପ୍ରସ୍ତାବ ରେ ମୃତକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଆତଙ୍କବାଦୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଉପ ଜିଲ୍ଲାପାଳ, ବୀରମହାରାଜପୁର ଙ୍କ ମଧ୍ୟବର୍ତ୍ତିତାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ର ପ୍ରେରଣ କରାଗଲା । ଶ୍ରଦ୍ଧାଞ୍ଜଳି ସଭାରେ ବାସୁଦେବ ପଣ୍ଡା , ସୌମିତ୍ରି ମେହେର , ନିତ୍ୟାନନ୍ଦ ତ୍ରିପାଠୀ , ଅକ୍ଷୟ ମିଶ୍ର , ଅକୃର ଦନ୍ତା , ଦିଲ୍ଲିପ କୁମାର ମିଶ୍ର , ତ୍ରିନାଥ ମିଶ୍ର , ଭୀମସେନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଡ.ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ ।
କାଶ୍ମୀରର ପହଲଗାଓଁ ଠାରେ ଆତଙ୍କବାଦୀ ଆକ୍ରମଣ ରେ ପ୍ରାଣ ହରାଇ ଥିବା ପର୍ଯ୍ୟଟନ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା
