ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଅବାଧ ମଦ କାରବାର ଚାଲିଛି।ଗତ କିଛି ବର୍ଷ ହେବ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଏହି ମଦ କାରବାର ବଢ଼ି ଚାଲିଥିଲେ ମଧ୍ୟ ଏ ଦିଗରେ ଅବକାରୀ ଓ ପୋଲିସ ବିଭାଗ ନୀରବଦ୍ରଷ୍ଟା ସାଜିଥିବାର ଜଣଯାଏ । କେବଳ ବୀରମହାରାଜପୁର ଓ ସୁବଳୟା ( ଟିକ୍ରାପଡା) ରେ ଦୁଇଟି ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ସୀମିତ ସଂଖ୍ୟାରେ ଥିବା ବେଳେ ଗ୍ରାମାଞ୍ଚଳରେ ଯେକୈାଣସି ସ୍ଥାନରେ କୁଚିଆ ବ୍ୟବସାୟୀ ମାନେ ପାନ ଦୋକାନ ଓ ଅନେକ କାଠ ଗୁଡ଼ାରେ ଅବାଧରେ ମଦ କାରବାର ଚଳାଉଥିବା ଦେଖିବାକୁ ମିଳିଛି। ବ୍ଲକର ସଦର ବୀରମହାରାଜପୁର ସମେତ ସୁବଳୟା , ପିତାମହୁଲ , କମିରା , ଖଣ୍ଡହତା , ମୁର୍ଷୁଣ୍ଢୀ , ଘିଚାପାଲି (ମେଟାକାନି ଛକ) , ଗୈାଡଗାଡ , ସାଗଯୋରୀ , ଦୁର୍ଜନତୈଲା , କୁଞ୍ଜାପାଲି , କର୍ଡାପାଲ , ଘଣ୍ଟପାଲି , କଦଳିପାଲି , ବଲିପାଲି , ଚଉକା , ଖଇରମାଲ , ଅମାତ ପାଲି , ବଡ଼ଖମାର , ତେନ୍ତୁଲିମହଦା , ପାଇଁପୁର ଆଦି ଅନେକ ସ୍ଥାନରେ ଦେଶୀ ଓ ବିଦେଶୀ ମଦ ବହୁଳ ପରିମାଣରେ ମିଳୁଛି । ଖଣ୍ଡହତା ପଞ୍ଚାୟତର ଚୁବୁକା ଦାଦାର , ପୁଇପାନ ,ପିତାମହୁଲ , ଡୁଲେଶ୍ଵର , ଖଇରମାଳ , ଗୈାଡଗାଡ , ସାଗଯୋରୀ , ମସିଣାପାଲି , ସଂଗ୍ରାମପୁର ଆଦି ସ୍ଥାନରେ ପ୍ରତ୍ୟହ ମଦ ପ୍ରସ୍ତୁତି କରାଯାଇ ସେଠାରୁ ଜିଲ୍ଲା ଓ ଜିଲ୍ଲା ବାହରକୁ ମଧ୍ୟ ମଦ ପଠାଯାଉ ଥିବ ଜନସାଧାରଣ ରେ ଗୁଞ୍ଜରଣ ସୃଷ୍ଟି ହୁଏ । ଲୋକଙ୍କ କହିବା ଅନୁଯାୟୀ ଗ୍ରାମାଞ୍ଚଳରେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ନଥିବା ବେଳେ ଲୋକେ ସୁବିଧାରେ ମଦକିଣି ପାରୁ ନ ଥିଲେ । ବୀରମହାରାଜପୁର କିମ୍ବା ସୁବଳୟା (ଟିକ୍ରାପଡା) କୁ ଯାଇ ମଦକିଣି ପିଇବା କାଠିକର ପାଠ ଥିଲା । ତେବେ ବର୍ତ୍ତମାନ ଦେଶୀ ବିଦେଶୀ ମଦ କୁଚିଆ ବେପାରୀଙ୍କ ମାଧ୍ୟମରେ ପ୍ରାୟ ସବୁ ଗ୍ରାମରେ ସବୁ ପ୍ରକାରର ମଦ ମିଳିପାରୁଛି । ଫଳରେ ଗ୍ରାମର କମ ବୟସର ପିଲାମାନେ ମଦ୍ୟପାନ କରି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଏହାକୁ କେନ୍ଦ୍ର କରି ପରିବାର ରେ ଅଶାନ୍ତି ଲାଗି ରହୁଥିବା ଦେଖିବାକୁ ମିଳୁଛି l
ବୀରମହାରାଜପୁର ଅଞ୍ଚଳରେ ବଢି ବଢି ଚାଲିଛି ନକଲି ମଦ କାରବାର ; ନିରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ
