Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଲୀଳା ଦେଖିବା ବେଳେ ନଡ଼ିଆ ଗଛ ପଡ଼ି ମହିଳା ମୃତ

ଓଡ଼ିଶା ଡଟ୍ ନ୍ୟୁଜ୍: ରାମଲୀଳା ଦେଖୁଥିଲେ । ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ଲିନ ହୋଇ ଯାଇଥିଲେ । ଏହି ସମୟରେ ଉପରେ ପଡ଼ିଲା ବିରାଟକାୟ ନଡ଼ିଆ ଗଛ । ଚାହୁଁ ଚାହୁଁ ଚାଲିଗଲା ଜଣଙ୍କ ଜୀବନ । ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଳରାମପୁର ଗାଁରେ । ରାମଲୀଳା ପରିବେଷଣ ବେଳେ ନଡ଼ିଆ ଗଛ ପଡି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।

ଖବର ଅନୁସାରେ, ବଳରାମପୁର ଗାଁରେ ଗତକାଲି ରାତିରେ ରାମଲୀଳା ପରିବେଷଣ ହେଉଥିଲା । ରାମଲୀଳାରେ ହନୁମାନ ଚଢ଼ିବା ପାଇଁ ଏକ ନଡ଼ିଆ ଗଛରେ ରଶି ବାନ୍ଧି ଏହାକୁ ଟ୍ରାକ୍ଟରରେ ଟାଇଟ୍ କରାଯାଉଥିଲା । ଏହି ସମୟରେ ଗଛଟି ହଠାତ୍ ଭାଙ୍ଗି ପଡିଥିଲା । କେହି କିଛି ବୁଝିବା ପୂର୍ବରୁ ନଡ଼ିଆ ଗଛ ସେଠାରେ ରାମଲୀଳା ଦେଖୁଥିବା ଦର୍ଶକଙ୍କ ଉପରେ ପଡିଥିଲା । ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories