ଛୁଆ ଅପହରଣ କରିଥିବା ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହିଲୁଙ୍ଗ ଗ୍ରାମବାସୀ ଙ୍କ ଥାନା ର ଦ୍ୱାରସ୍ଥ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ଗ୍ରାମର କିଶୋର କୁମାର ଭୋଇ ଙ୍କ ୬ ବର୍ଷର ପୁତ୍ରକୁ ସେହି ଗ୍ରାମର ଭୀଷ୍ମ ପ୍ରତାପ ଭୋଇ ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପିଲାକୁ ନେଇଯାଇଥିବା ଭୀଷ୍ମ ପ୍ରତାପ ଭୋଇ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଉଥିବା ଦାବୀ କରି ଶୁକ୍ରବାର ବହୁ ମହିଳା ଓ ପୁରୁଷ ଥାନାର ଦ୍ବାରସ୍ଥ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦ ତାରିଖ ରେ ହିଲୁଙ୍ଗ ଗ୍ରାମର କିଶୋର କୁମାର ଭୋଇ ଙ୍କ ୬ ବର୍ଷର ଶିଶୁକୁ ସେହି ଗ୍ରାମର ଭୀଷ୍ମ ପ୍ରତାପ ଭୋଇ ସନ୍ଧ୍ୟା ୬ ଟା ରେ ଏକ ସ୍କୁଟି ରେ ବସାଇ କୁଆଡେ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଖୋଜା ଖୋଜି କରିବା ପରେ ପାଇନଥିଲେ । ଘଟଣା ସମ୍ପର୍କରେ ଥାନାକୁ ଆସିବା ସମୟରେ ରାତ୍ର ପ୍ରାୟ ୯ ଘଟିକା ସମୟରେ ଏକ ଅଜଣl ବ୍ୟକ୍ତି ଫୋନ କରି କହିଲେ ହରିହର ଜୋର ଡ଼େମ ନିକଟ ବରଗଛ ପାଖରେ ତୁମ ପୁଅକୁ ଆମେ ପାଇଛୁ । ହିଲୁଂ ଛକ ନିକଟରେ ତୁମ ପୁଅକୁ ନେବାପାଇଁ କହିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଶିଶୁକୁ ସେହିଦିନ ରାତିରେ ପାଇ ଘରକୁ ନେଇଥିଲେ । ଘଟଣାର ପରଦିନ ଏପ୍ରିଲ ୨୧ ତାରିଖ ଭୀଷ୍ମ ପ୍ରତାପ ଭୋଇ ପିଲାକୁ କୁଆଡେ ନେଇଯାଇଥିଲା ବୋଲି ଥାନାର ଦ୍ବାରସ୍ଥ ହୋଇଥିଲେ ପିଲା ବାପା କିଶୋର କୁମାର ଭୋଇ । ଗତ ୨୧ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ଭୀଷ୍ମ ପ୍ରତାପ ଭୋଇ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଉଥିବା ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଥିଲେ ଗାଁ ର ବହୁ ମହିଳା ଓ ପୁରୁଷ । ଏନେଇ ଆଇ ଆଇ ସି ଶୋଭାକର ସେଠ କହିଛନ୍ତି ଅଭିଯୋଗ ପତ୍ର ପାଇ କେସ ହୋଇଛି । ପିଲା କୁ ସେମାନେ ସେହିଦିନ ପାଇଛନ୍ତି । ତଦନ୍ତ ଚାଲିଛି ଭୀଷ୍ମ ପ୍ରତାପ ଭୋଇ ପିଲାକୁ କୁଆଡେ ନେଇଯାଇଥିଲା କି ଆଉ କିଛି ଅଲଗା ଘଟଣା ହୋଇଛି ଅନୁଧ୍ୟାନ କରି ଖୁବ୍ ଶୀଘ୍ର ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି l